Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ଆଇନ ସେବାପ୍ରାଧିକରଣ ପକ୍ଷରୁ ସ୍ୱେଚ୍ଛାକୃତ ମହା ରକ୍ତଦାନ ଶିବିର, ୧୦୨ୟୁନିଟ ରକ୍ତସଂଗ୍ରହ

ମାଲକାନଗିରି ଜିଲ୍ଲା ଆଇନ ସେବାପ୍ରାଧିକରଣ ପକ୍ଷରୁ ସ୍ୱେଚ୍ଛାକୃତ ମହା ରକ୍ତଦାନ ଶିବିର, ୧୦୨ୟୁନିଟ ରକ୍ତସଂଗ୍ରହ

130

ମାଲକାନଗିରି, ୪ା୧୧ (ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଉପଖଣ୍ଡୀୟ ଦଣ୍ଡାଧିକାରି କାର୍ଯ଼୍ୟାଳୟ ସଭାଗୃହରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଓ ଯୁବରେଡକ୍ରସ ମିଳିତି ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ମହା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇ ଯାଇଛି। ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାର ରେ ୩୦୦ୟୁନିଟ ରକ୍ତଗଛିତ ରହିବା ବଦଳରେ ଗତ କିଛି ଦିନହେଲା ମାତ୍ର ୩୦ରୁ ୪୦ ୟୁନିଟ ରକ୍ତ ଗଛିତ ରହିବା ଘଟଣା ଜିଲ୍ଲା ଆଇନସେବା ପ୍ରଧିକରଣ ସଚିବ ଜାଣିବା ପରେ ଏହି ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଜିଲ୍ଲାଜଜ ତଥା ଜିଲ୍ଲାଆଇନ ସେବା ପ୍ରାଧିକାରଣ ଅଧ୍ୟକ୍ଷ ଶ୍ରୀମାନସକୁମାର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ମହା ରକ୍ତଦାନ ଶିବିରଟିକୁ ଉଦଘାଟନି କରି ସ୍ୱେଚ୍ଛାକୃତ ରକ୍ତଦାନ ଦ୍ୱାରା ଶରୀର ନିରୋଗ ରହିବା ସହତି ମନ ପ୍ରଫୁଲ ହୋଇ ଅନ୍ୟର ଜୀବନ ରକ୍ଷା କରିଥାଏ, ରକ୍ତଦାନ ଏକମହତ କାମ ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଂପର୍କରେ ଆଲୋକ ପାତ କରିଥିଲେ। ଏହି ରକ୍ତଦାନ ଶିବିର ରେ ଅଦାଲତର କର୍ମାଚାରି, ବିଏସଏଫ ଯବାନ, ରେଡକ୍ରସସଂସ୍ଥା, ସ୍ୱେଚ୍ଛାସେବୀ ମାନେ ସ୍ୱଇଛାରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ। ଜିଲ୍ଲାସଦର ମହକୁମା ସହ ଏମଭି୭୯ ବିଏସଏଫ କ୍ୟାମ୍ପର ୭୦ଜଣ ଯବାନ ଙ୍କ ସହିତ ଅନ୍ୟାମାନେ ରକ୍ତଦାନ କରିଥିଲେ। ଏହି ଶିବିରରେ ୨୦୦ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଆସିଥିବା ବେଳେ ସେମାନ ଙ୍କ ମଧ୍ୟରୁ କାହାର ହେମଗ୍ଲୋବିନ କମ ରହିବା ତ ଆଉକାହାର ଓଜନ କମ ଥିବାରୁ ସମେସ୍ତେ ରକ୍ତଦାନ କରିବାପାଇଁ ଯୋଗ୍ୟ ହୋଇ ପାରିନଥିଲେ। ଏହି ଶିବିରରେ ମୋଟ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଏହି ଶିବିରରେ ଅନ୍ୟାନ ମାନଙ୍କ ମଧ୍ୟରେ ସିଜେଏମ ଶ୍ରୀ ଦେବାଶିଷପଣ୍ଡା, କୋର୍ଟ ରେଜିଷ୍ଟ୍ରା ହିମାଶୁଂଶେଖର ସିଂ, ସବଜଜ ଜୀବଦାନନ୍ଦ ପାଢୀ, ଜିଲ୍ଲାଆଇଲ ସେବା ପ୍ରାଧିକରଣ ସଚିବ ଶ୍ରୀ ଅମରେଶନାୟକ, ଉପଖଣ୍ଡ ଦଣ୍ଡାଧିକାରୀ ସୁଚେତା କୃପାଲିନ, ମୋଟୁ ଜୁଡିସିଆଲ ମାଜଷ୍ଟ୍ରେଟ ଅସିତ କୁମାର ସିଂ, ବିଏସଏଫ ଡିଆଇଜି ବଜେନ୍ଦ୍ରସିଂ, ବିଏସଏଫ କମାଣ୍ଡେଟଂ ଅମରେନ୍ଦ୍ର କୁମାର ସିଂ, ଜଗଦିପ ସିଂ ସୁନ୍ଧୁ, ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜିତକୁମାର ମହାନ୍ତି, ଅତିରିକ୍ତ ସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ଅମରେନ୍ଦ୍ର କୁମାର ମହାନ୍ତି, ଡାକ୍ତର ଏନ.ସରକାର, ଜିଲ୍ଲାରେଡ କ୍ରସ ସୋସାଇଟ ସଂପାଦକ ଅଧ୍ୟାପକ ରଜଂନ ସ୍ୱାଇଁ.ଜିଲ୍ଲାଓକିଲ ସଂଘ ସଭାପତି ବରିଷ୍ଟଆଇନ ଜିବି ପ୍ରଫୁଲକୁମାର ମହାପାତ୍ର, ଏକିଲ ସଂଘ ସଂପାଦକ ଲମ୍ବୋଧରତୁରୁକ, ବିଏସଏଫ ଇନିସପେକ୍ଟର ସରୋଜ କୁମାର ନାୟକ, କେଲମେଟ କୁଜୁର, ଜିଲ୍ଲାରକ୍ତଭଣ୍ଡାର ଡାକ୍ତର ସନ୍ତୋଷ ସେନାପତି, ପ୍ରମୁଖ ଏହି ଶିବିରରେ ଯେଗଦେଇଥିଲେ। ରକ୍ତଭଣ୍ଡାର ଟେକନିସିଆନ ସୁଜଳରାୟ, ସନ୍ତୋଷ କୁମାର ଚୌଧୁରୀ, ମାନ ଖେମୁଡୁ ଯୋଗଦେଇ ରକ୍ତସଂଗ୍ରହ କରିଥିଲେ। ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୩୦୦ରୁ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ ୨ମାସହେଲା ମାତ୍ର ୩୨ ୟୁନିଟରୁ ୪୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି। ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇପାରୁନାହାଁନ୍ତି। ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି। ପ୍ରସୂତୀ ମହିଳା ଓ ଅନ୍ୟାନ ଗୁରତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି। ରକ୍ତଭଣ୍ଡାରର କ୍ଷମତା ବଡାଇଦିଆ ଯାଇଥିବା ବେଳେ ଗତ ଦୁଇମାସ ହେଲା ଠିକ ଭାବେ ରକ୍ତ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ହୋଇଛି। ସାଧରଣତ କୋର୍ଟ କଚେରୀରେ ଲୋକମାନେ ନ୍ୟାୟ ପାଇଁ ଆସିଥାନ୍ତି। ପ୍ରଥମ ଥରକରି ଅଦାଲତ ପରିସରରେ ଲୋକମାନଙ୍କୁ ନ୍ୟାୟଦେବା ସହିତ ସ୍ୱେଚ୍ଛାକୃତ ରକ୍ତଦାନଶିବିର ଆୟୋଜନ କରାଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥା ଓ ଯୁବରେଡକ୍ରସ ସଂସ୍ଥାମିଳିତ ଉଦ୍ୟମରେ ମାଲକାନଗିରି ଅଦାଲତ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କୁ ଜିଲ୍ଲାବାସୀ ସ୍ୱାଗତ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.