Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ, ନାରୀ ଜାଗିଲେ ଦେଶ ଜାଗିବ, ଗାଁକୁ କାମ ନାରୀଙ୍କୁ...

ମାଲକାନଗିରି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ, ନାରୀ ଜାଗିଲେ ଦେଶ ଜାଗିବ, ଗାଁକୁ କାମ ନାରୀଙ୍କୁ ସମ୍ମାନ

208

ମାଲକାନଗିରି, ୮ା୩ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଜିଲ୍ଲାପରିଷଦ ସଭାଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଶିଶୁମହିଳା କଲ୍ୟାଣ ଅଧିକାରୀ ବିଦ୍ୟୁତଲତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ସମ୍ପର୍କ ଅଧିକାରୀ ଡା ସତ୍ୟନାରାୟଣ ଦେଓ, ମୁଖ୍ୟବକ୍ତା ଭାବେ ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ସ୍ୱଣ୍ଣ ର୍ଲତା ବିଶ୍ୱାସ, ସମ୍ମାନିତ ଅତିଥିଭାବେ ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ଗୌଡଗୁଡା ସରପଚଂ ମମତା ମାଢୀ, ସିନ୍ଧ୍ରୀମାଳ ପଚାଂୟତ ସରପଚଂ ସମ୍ବାରୀ ମାଡକାମି, ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ନିଜଜଂନ ଟାଙ୍ଗାରଙ୍ଗା, ସମାଜସେବି ଜୟନ୍ତି ବୈରାଗୀ, ଶିଶୁ ଶୁରକ୍ଷା ଅଧିକାରୀ ସୁଦେଶ୍ନା ରାଉତ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ମହିଳାଦିବସର ତାପର୍ଯ୍ୟ ସଂପର୍କରେ ସୂଚନା ଦେବାସହିତ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ବସବାସକରୁଥିବା ମହିଳା ମାନେ କର୍ମଠ, ସେମାନେହିଁ ନିଜପରିବାର ଦାଇତ୍ୱ ନେବାସହିତ ଘର ଚଳାଇଥାନ୍ତି, ଜଣେ ସଭ୍ୟ ଶିକ୍ଷିତ ମହିଳା ଠାରୁ କେଉଁ ଗୁଣରେ ସେମାନେ କମ ନୁହଁନ୍ତି। ଆଜିର ନାରୀ ଘରର ଶିରୀ, ନାରୀ ଜାଗିଲେ ଦେଶ ଜାଗିବ, ଗାଁ କୁ କାମ ନାରୀଙ୍କୁ ସମ୍ମାନ ଜଣାଇବା ଉଚିତ, ଜଣେ ନାରୀ ଶିକ୍ଷୀତ ହେଲେ ସମଗ୍ର ପରିବାର ଓ ଗାଁକୁ ଶିକ୍ଷୀତ କରିପାରିବ ବୋଲି କହିଥିଲେ। ସଭା ପ୍ରାରମ୍ଭରେ ସୁପରଭାଇଜର ଶ୍ରୀମତୀ ରେଖାଶୋଭା ସୁନ୍ଦର ଆତିଥିମାନଙ୍କ ପରିଚୟ ପ୍ରଦାନ ସହିତ ମହିଳା ଦିବସର ଆଭିମୁଖ୍ୟ ସଂପର୍କରେ କହିଥିଲେ।

ଏହି ଅବସରେ ମହିଳା ସାମାଜିକ କର୍ମୀ ଚୁମକି ବେହେରା, ସୁପରଭାଇଜର ଶାନ୍ତିକରସୁଧା ପଟନାୟକ, ସୁପର ଭାଇଜର ଜ୍ୟୋର୍ତିମୟୀ ଆଚାର୍ଯ୍ୟ ଓ ଛାତ୍ରୀ ଆଲିଶାପଟନାୟକ ଦେଶାତ୍ମକ ବୋଧ ସଂଗୀତ ଗାନ ସହିତ ମହିଳା ଦିବସ ସଂପର୍କରେ ସ୍ୱରଚିତ କବିତା ପାଠକରିଥିଲେ। ମୁଖ୍ୟଅତିଥି ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ବିଶ୍ୱାସ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ଅଙ୍ଗନ ଓ୍ୟାର୍ଡୀ କର୍ମୀ ମାନଙ୍କ ମାସିକ ଦରମା ୬ହଜାର ପରିବର୍ତେ ୭ହଜାର୫୦୦ଟଙ୍କା କୁ ବୃଦ୍ଧି, ମିନି ଅଙ୍ଗନ ଓ୍ୟର୍ଡିକର୍ମୀ ମାନଙ୍କ ଦରମା ୪୧୨୫ଟଙ୍କା ପରିବର୍ତେ ୫୩୭୫ ଟଙ୍କାକୁ ବୃଦ୍ଧି ହେବାସହିତ ସହକାରି ଅଙ୍ଗନ ଓ୍ୟାର୍ଡି କର୍ମୀ ଙ୍କ ଦରମା ୩ହଜାରଟଙ୍କା ପରିବର୍ତେ ୩୭୫୦ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଘୋଷଣା କରିଥିଲେ। ଏହି ଅବସରେ ସାତଟି ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ୧୫ହଜାର ଲେଖା ଟଙ୍କା ଓ ମାନପତ୍ର ପ୍ରଦାନକରା ଯାଇଥିଲା। ବିଭିନ୍ନ ଗ୍ରାମରେ ଶିଶୁ ଓ ମହିଳା ମାନଙ୍କ ସେବା ସହ ଗ୍ରାମରେ ଉଲେଖ୍ୟନିୟ କାର୍ଯ୍ୟପାଇଁ ମାଲକାନଗିରି, କାଲିମେଳା, ପଡିଆ, ଖଇରପୁଟ, କୁଡୁମୁଲୁଗୁମ୍ମା, କୋରକୁଣ୍ଡା, ମାଥିଲି ସାତଟି ଯାକ ବ୍ଲକର ସିଡିପିଓ, ସୁପରଭାଇଜର ଓ ସାତଜଣ ଅଙ୍ଗନଓ୍ୟାର୍ଡି କର୍ମୀ ମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକର ସିଡିପିଓ, ସୁପରଭାଇଜର, ଶତାଧିକ ଅଙ୍ଗନଓ୍ୟାର୍ଡି କର୍ମୀ,  ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଯୋଗଦେଇ ଥିଲେ। ଠିକ ସେହିପରି ସ୍ଥାନିୟ ଭାଟି ଶାଳଗୁଡାଠାରେ ମା ଘର ପକ୍ଷରୁ ସଭାପତି ପ୍ରଶାନ୍ତି ଲତା ବିଷୋୟୀ ଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ମହିଳାଦିବସ ଅବସରେ ଏକ ମହିଳା ସୋଭା ଯାତ୍ରା ସହରପରିକ୍ରମା କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.