Home ଓଡ଼ିଶା ମାଲକାନଗିରି ଜିଲ୍ଲାସ୍ତରୀୟ ୫୯ତମ ଗୃହରକ୍ଷୀ ପ୍ରତିଷ୍ଟା ଦିବସ ଓ ନାଗରିକ ସୁରକ୍ଷା ଦିବସ ପାଳନ

ମାଲକାନଗିରି ଜିଲ୍ଲାସ୍ତରୀୟ ୫୯ତମ ଗୃହରକ୍ଷୀ ପ୍ରତିଷ୍ଟା ଦିବସ ଓ ନାଗରିକ ସୁରକ୍ଷା ଦିବସ ପାଳନ

27

ମାଲକାନଗିରି,୬ା୧୨ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୫୯ତମ ଗୃହରକ୍ଷୀ ପ୍ରତିଷ୍ଟା ଦିବସ ଓ ନାଗରିକ ସୁରକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏସପି ପ୍ରହ୍ଲାଦ ସହାଇ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇ ପୁଲିସ ପତାକା ଉତୋଳନ କରି ସମ୍ମିଳୀତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ହୋମଗାର୍ଡ ଡିଜି ଙ୍କ ବାର୍ତା ପାଠକରିଥିଲେ । ରାଜ୍ୟ ଓ ଜିଲ୍ଲାରେ ହୋମଗାର୍ଡ ମାନେ ନିଜ ଜୀବନକୁ ବାଜିଲଗାଇ ଜନ ସାଧରାଣ ଙ୍କୁ ସୁରକ୍ଷା ଯୋଗାଇ ଦେବାରେ ସେମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁଣ୍ଣ ର୍ ବୋଲି ଏସପି କହିଥିଲେ । ଏହି ଅବସର ରେ ଏସଡିପିଓ ଅଭିଳାଶ ଜୀ,ଡିଏଫଓ ପ୍ରତାପ କତାପାଲି,ସହାକରୀ ଏସପି ବଳଭଦ୍ର ଦୀପ,ଡିଏସପି ଅଜିତ କୁମାର ସେଠୀ,ରବିନ୍ଦ୍ର ପାଚ୍ର,ସତ୍ୟବ୍ରତ ଭୁୟାଁ,ପୁଲିସ ଆରଆଇ ଶ୍ୟାମସୁନ୍ଦର ସୋରେନ,ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ, ଜିଲ୍ଲାସ୍ତର ପୁଲିସ ଅଧିକାରୀ , ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।ଚତୁର୍ଥ ବାଟେଲିଆନ କମାଣ୍ଡେଟଂ ଦୁର୍ବାଶା ନାୟକ ପ୍ୟାରେଡ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.