Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ମାଲକାନଗିରି ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

27

ମାଲକାନଗିରି,୮ା୩ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଜିଲ୍ଲାଗ୍ରାମଉନ୍ନୟନ ସଭାଗୃହରେ ଆନ୍ତର୍ଜାତୀୟ ମହିଳା ଦିବସ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ପାଳିତ ହୋଇ ଯାଇଛି । ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ସୌଦାମନି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡ. ୟେଦୁଲା ବିଜୟ ଯୋଗଦେଇ ମହିଳାଦିବସ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ସମ୍ମାନିତ ଅତିଥି ଭାବେ ଡିଆରଡିଏ ପିଡି ବାଳମୁକୁନ୍ଦ ଭୂୟାଁ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ସ୍ନିଗଧା ରାଣି ଚୌଧୁରୀ , ନାବାର୍ଡ ଉପ ମହାପ୍ରବନ୍ଧ ପ୍ରମୁଖ ଯୋଗଦେଇ ଆନ୍ତର୍ଜାତିକ ମହିଳାଦିବସର ତାପର୍ଯ୍ୟ ସଂପର୍କରେ ସୁଚନା ଦେବାସହିତ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ବସବାସକରୁଥିବା ମହିଳା ମାନେ କର୍ମଠ,ସେମାନେହିଁ ନିଜପରିବାର ଦାଇତ୍ୱ ନେବାସହିତ ଘରଚଳାଇଥାନ୍ତି,ଜଣେ ସଭ୍ୟ ଶିକ୍ଷିତ ମହିଳା ଠାରୁ କେଉଁ ଗୁଣରେ ସେମାନେ କମ ନୁହଁନ୍ତି । ଆଜିର ନାରୀ ଘରର ଶିରୀ ,ନାରୀ ଜାଗିଲେ ଦେଶ ଜାଗିବ, ଗାଁ କୁ କାମ ନାରୀଙ୍କୁ ସମ୍ମାନ ଜଣାଇବା ଉଚିତ, ଜଣେ ନାରୀ ଶିକ୍ଷୀତ ହେଲେ ସମଗ୍ର ପରିବାର ଓ ଗାଁକୁ ଶିକ୍ଷୀତ କରିପାରିବ ବୋଲି କହିଥିଲେ । ଏହି ଅବସରେ ତିନୋଟି ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ୧୫ହଜାର ଲେଖା ଟଙ୍କା ଓ ମାନପତ୍ର ଓ ସିଡିପିଓ,ସୁପରଭାଇଜର,ଅଙ୍ଗନ ଓ୍ୟାର୍ଡି କର୍ମୀ ୪ଜଣହ୍‌କୁ ୫ହଜାର ଲେଖା ଟଙ୍କା ପୁରସ୍କାର ଓ ମାନପତ୍ର ପ୍ରଦାନକରା ଯାଇଥିଲା । ଏହା ବ୍ୟତିତ ବିଭିନ୍ନ ଗ୍ରାମରେ ଶିଶୁ ଓ ମହିଳା ମାନଙ୍କ ସେବା ସହ ଗ୍ରାମରେ ଉଲେଖ୍ୟନିୟ କାର୍ଯ୍ୟପାଇଁ ସିଡିପିଓ,ସୁପରଭାଇଜର , ଅଙ୍ଗନଓ୍ୟାର୍ଡି କର୍ମୀ ମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକର ସିଡିପିଓ, ସୁପରଭାଇଜର,ଶତାଧିକ ଅଙ୍ଗନଓ୍ୟାର୍ଡି କର୍ମୀ , ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଯୋଗଦେଇ ଥିଲେ ।
ଅନୁରୁପ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କନିଷ୍ଠ ମହିଲା ମହାବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଭାପତି ତଥା ଜିଲ୍ଲା ଦୌରାଜଜ ରୋହିତଲାଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରେ ଅତିରିକ୍ତ ଜିଲ୍ଲା ଜଜ ମହଲତ ସା,ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ବିଶ୍ୱରଂଜନ ବେହେରା,ଜିଲ୍ଲା ଲୋକଅଦାଲତର ସଚିବ ବିଚାରପତି ଅମରେଶ ନାୟକ, ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ,ସହକାରି ସଂରକ୍ଷଣ କାରୀ ଲିଲି ଅମନାତ୍ୟ,ଓକିଲ ସଂଘ ସଭାପତି ଦୁର୍ଗା ପ୍ରସାଦ ତ୍ରୀପାଠୀ,ଅଧ୍ୟାପକ ଡ. ରଜଂନକୁମାର ସ୍ୱାଇଁ,ସମାଜ ସେବୀ ଚୁମୁକି ବେହେରା,ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷକ ଦୁସ୍ମନ୍ତ କୁମାର ଜେନା ଯୋଗଦେଇ ମହିଳା ଦିବସର ସଂପର୍କରେ କହିଥିଲେ ,ଏହି ଅବସରରେ ମହିଳା ବିଦ୍ୟାଳୟର ଶତାଧିକ ଛାତ୍ରୀ ଉପସ୍ଥିତି ଥିଲେ । ଠିକ ସେହିପରି ସ୍ଥାନିୟ ଭାଟି ଶାଳଗୁଡାଠାରେ ମା ଘର ଶାନ୍ତି ସେନା ପକ୍ଷରୁ ସଭାପତି ପ୍ରଶାନ୍ତି ଲତା ବିଷୋୟୀ ଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମହିଳାଦିବସ ପାଳନ ସହ ବିଭିନ୍ନ କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ପାଇଁ ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.