Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ତରୀୟ ଦୁଇଦିନିୟା ଯୁବ ମହୋତ୍ସବ ଉଦଘାଟିତ

ମାଲକାନଗିରି ଜିଲ୍ଲାସ୍ତରୀୟ ଦୁଇଦିନିୟା ଯୁବ ମହୋତ୍ସବ ଉଦଘାଟିତ

107

ମାଲକାନଗିରି,୧୪ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଭବନ ଠାରେ ଦୁଇଦିନିୟା ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ଛାତ୍ର ଛତ୍ରୀ ଙ୍କ ନୃତ୍ୟ ସଙ୍ଗୀତ ମଧ୍ୟରେ ଆଡମ୍ବର ସହକାରେ ଉଦଘାଟିତ ହୋଇ ଯାଇଛି । ଆଜି ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,  ସମ୍ମାନିତ ଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟପ୍ରସଦା ମାଢି,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ,ଜିଲ୍ଲାସ୍ୱତନ୍ତ୍ର ବିକାଶପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ,ଜିଲ୍ଲାକ୍ରୀଡା ଅଧିକାରୀ କୁଳମଣିନିଆଲ ପ୍ରମୁଖ ଯୋଗଦେଇ ଆଜିର ଯୁବକ କାଲିର ସୁନାଗରିକ, ଯୁବଗୋଷ୍ଟି ଜାଗିଲେ  ଦେଶ ଆଗେଇବ ଯୁବ ଉତ୍ସବ ମାଧ୍ୟମରେ ଗାଁ ଗହଳରେ ଥିବା ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ,ଭାଇଚାରା,କଳା ସଂସ୍କୁତି ପ୍ରତିଭାର ବିକଶିତ ହେବାର ସୁଯୋଗ ଆଣିଛି ବୋଲି ମଚାଂସିନ ଅତିଥି ମାନେ କହିଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରୁ ପ୍ରାୟ ୩୦୦ରୁ ଉର୍ଦ୍ଦ ଜଣ ଯୁବପ୍ରତିଭା ଯୋଗଦେଇ ନିଜନିଜ କଳା ସଂସ୍କୁତି,ପାରମ୍ପାରିକ ନୃତ୍ୟ, ସଂଗୀତ,ଅଭିନୟ,ପ୍ରଦର୍ଶନ କରିଥିଲେ । ଏହି ଉତ୍ସବରେ ଶ୍ୟାମସୁନ୍ଦର ନାୟକ ମଚଂ ପରିଚାଳନା କରିଥିବା ବେଳେ ସମାଜସେବୀ ବିନାଶ କୁମାର ମିଶ୍ର,ଶଙ୍କର ଖିତି,ସୋମେଶବାଘ,ଦେବା ମାଢି, ପ୍ରଶାନ୍ତ କୁମାର ନାୟକ,ପ୍ରମୁଖ ଯୁବଗୋଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଜି ଦିନତମାମ ବିଭିନ୍ନ ସ୍କୁଲ କଲେଜରୁ ଆସିଥିବା  ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଆସନ୍ତାକାଲି  ସଂନ୍ଧ୍ୟାରେ ଏହି ଯୁବମହୋତ୍ସବ ଉଦ୍ୟାପନ ହେବ,ସେଥିରେ କୃତିତ୍ୱ ଛାତ୍ର ଛାତ୍ରୀ ଯୁବକ ଯୁବତୀ ମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯିବା ସହିତ ରାଜ୍ୟସ୍ତର ଯୁବ ମହୋତ୍ସବରେ ଭାଗନେବା ପାଇଁ ମନୋନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.