Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାର ୬ଟିସ୍ଥାନରେ ପକ୍ଷୀଗଣନା ଆରମ୍ଭ,୩୦ପ୍ରଜାତିର ପକ୍ଷୀ ଚିହ୍ନଟ

ମାଲକାନଗିରି ଜିଲ୍ଲାର ୬ଟିସ୍ଥାନରେ ପକ୍ଷୀଗଣନା ଆରମ୍ଭ,୩୦ପ୍ରଜାତିର ପକ୍ଷୀ ଚିହ୍ନଟ

198

ମାଲକାନଗିରି,୩ା୧(ଓଡିଆ ପୁଅ )  ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ଶୀତ ପ୍ରକୋପ ଲାଗିରହିଥିବା ବେଳେ ଆନ୍ତଃପ୍ରବାସୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲା ବନଖଣ୍ଡଅଧିକାରୀ ପ୍ରଦୀପ ମିରାସେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଛଅଟି ବନାଚଂଳରେ ପକ୍ଷୀ ଗଣନା ଆଜ ଠାରୁ ଆରମ୍ଭ ହୋଇ ଯାଇଛି । ଜିଲ୍ଲାର ବିଭିନ୍ନ ଅଚଂଳରେ ଥିବା ଜଳଭଣ୍ଡାର ଓ ନଦୀ ଗୁଡିକରେ ପ୍ରାୟ ୩୦ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ କିଛି ବିଦେଶୀ ପକ୍ଷୀ ଉଡିଆସିଥିବାର  ଜଣାପଡିଛି । ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ, ମାଲକାନଗିରି ବନାଚଂଳ ଅଧିକାରୀ ବାସୁଦେବ ନାୟକ ଙ୍କ ନେତୃତ୍ୱରେ ଅନ୍ୟାନ ବନକର୍ମଚାରୀ ମାନେ  ଆଜି ସକାଳ ୬ଟାରେ ମାଲକାନଗିରି ସତିଗୁଡା ଜଳଭଣ୍ଡାରରେ ପେଡାଲ ବୋଟରେ ପାଣିରେ ବୁଲି ବୁଲି ୨୧୧୭ଟି ପକ୍ଷୀଗଣନା କରିଥିବାର ଜଣାପଡିଛି,ସେମାନଙ୍କ ମଧ୍ୟରୁ ପାଣିଡୁବୁକି ୧୩୮,ମାଟିଆ ଡୁବୁକି ୧୦୨୮,ବଡ ପାଣିକୂଆ ୨୫୩,ଛୋଟପାଣିକୂଆ ୧୧୫,ବଗ୩୨୮, ପାଣିବଗ ୨୧,ସାରସ ୮,ହଂସରାଳୀ ୧୩୪ ଟି ପକ୍ଷୀ ଙ୍କୁ ଚିହ୍ନଟ କରାଯାଇଛି ।  ଠିକ ସେହିପରି ଚିତ୍ରକୋଣ୍ଡା ଜଳଭଣ୍ଡାର,ମାଥିଲି ଶିବସାଗର, ମୋଟୁ ଠାରେ ସାବେରୀ,ସିଲେରୁ ସଙ୍ଗମସ୍ଥଳ, କାଲିମେଳା ମତ୍ସବିଭାଗ ବନ୍ଧ କୁ ବିଭିନ୍ନ ପ୍ରକାର ପକ୍ଷୀ ଉଡିଆସିଛନ୍ତି ।

ମାଲକାନଗିରି, ଚିତ୍ରକୋଣ୍ଡା,ବାଲିମେଳା,କାଲିମେଳା, ମାଥିଲି,ମୋଟୁ ବନାଚଂଳ ଅଧିକାରୀ ଓ  ବନବିଭାଗ କର୍ମଚାରି ମାନେ ପକ୍ଷୀଗଣନା କରିଥିଲେ । ମାଲକାନଗିରି ଜିଲ୍ଲାରେ ଖପରଖାଇ,କଳାକାଙ୍କ,ବୁଦୁ ହଂସ,ବତକ ହିଂସ,ଚକୁଆ,ପାଣିବଗ, ପାଣିକୂଆ,ଖପରଖାଇ,ବୁଦୁହଂସ,ଚକୁଆ,ଏରା ପକ୍ଷୀ,ରାଣୀବଗ, ହରଡଗିଳା, ଚିତ୍ରତି କାଙ୍କ, କାଦୁଅ ଖୁମ୍ଫି,ଟିଟିଆଁ, ଲାର୍ଜ ହୁଇସିଲିଂ ଡକ୍,ଟି ଇଟଂରମିଡିଏଟ ଇଗ୍ରେଟ ,ଇଣ୍ଡିଆନ ପଣ୍ଡ ହେରନ ରୋଜ େଓ୍ୟଲ,ଲିଲିଟିଲ କରମୋରାଟଂ,ସ୍ଲଙ୍ଗ ଫୋସିକୋଲସ, ଗ୍ରେଟ କରମୋରାଟଂ ଫାଲୋକ୍ରୋକୋରାକ୍ସ କୋବୋ ର୍ , ହ୍ୟାଇଟ ଷ୍ଟକ, ଲିଟିଲ ଗ୍ରେବେ ତାଚିବାପଟସ ରୁଫିକୋଲିସ, ରେଡ ନେକଡ ଗ୍ରେବେ ,ପଡିସେପସ ଗ୍ରାଇସ ଆଦି ପକ୍ଷୀ ଆସିଥିବାର ଗଣନାରୁ ଜଣାପଡିଛି । ଗତ ବର୍ଷ ମାଲକାନଗିରି ଜିଲ୍ଲାର ଜଳଭଣ୍ଡାର ଓ ନଦୀ ଗୁଡିକରେ ୩୦ପ୍ରଜାତିର ୫୪୨୪ଟି ପକ୍ଷୀ ଙ୍କୁ ଚିହ୍ନଟ କରାଯାଇଥିଲା ,

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.