Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାର ୫୫୫ଜଣ ଜନଜାତି ପ୍ରତିନିଧିଙ୍କ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ କ୍ଷେତ୍ର ପରିଦର୍ଶନ

ମାଲକାନଗିରି ଜିଲ୍ଲାର ୫୫୫ଜଣ ଜନଜାତି ପ୍ରତିନିଧିଙ୍କ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ କ୍ଷେତ୍ର ପରିଦର୍ଶନ

179

ମାଲକାନଗିରି,୨୨ା୧୨ (ଓଡିଆ ପୁଅ ) ସ୍ୱତନ୍ତ୍ର ଆଦିବାସୀ ବିକାଶପରିଷଦ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକରୁ ୫୫୫ଜଣ ଜନଜାତି ପ୍ରତିନିଧିଙ୍କୁ ଭୁବନେଶ୍ୱର,ପୁରୀ ର ବିଭିନ୍ନପର୍ଯ୍ୟଟନ ସ୍ଥଳି ଓ କ୍ଷେତ୍ରପରିଦର୍ଶନ ର ବ୍ୟବସ୍ଥା କରାଯାଇଛି । ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟରେ ୬ଟି ବ୍ଲକରୁ ୨୫୮ଜଣ ଜନଜାତି ପ୍ରତିନିଧିଙ୍କୁ ୬ଟି ସ୍ୱତନ୍ତ୍ର ବସରେ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ସମନ୍ୱୀତ ଆଦିବାସୀ ଉନ୍ନୟନସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣାଗଣ୍ଡ ଓ ଅନ୍ୟାନ ଅଧିକାରୀ ମାନେ ବସକୁ ସବୁଜପତକା ଦେଖାଇ ଯାତ୍ରାର ସୁଭାରମ୍ଭ କରି ଭୁବନେଶ୍ୱର କୁ ପଠାଯାଇଛନ୍ତି । ଏମାନଙ୍କ ମଧ୍ୟରେ ମୁଖ୍ୟତ ଜନଜାତି ଲୋକପ୍ରତିନିଧି,ଗ୍ରାମ ମୁଖିଆ, ପେଦା, ନାୟକ,ଚାଲାଣ, ଦିଶାରି ମାନେ ଅଛନ୍ତି । ବିଭିନ୍ନ ଗ୍ରାମାଚଂଳରୁ କ୍ଷେତ୍ରପରିଦର୍ଶନରେ ଯାଉଥିବା ଲୋକମାନଙ୍କ ସହ ମାଲକାନଗିରି ଜିଲ୍ଲାର ୧୨ଜଣ ସରକାରି ଅଧିକାରୀ ଭୁବନେଶ୍ୱର ଅଭି ମୁଖେ ସେମାନଙ୍କ ସହିତ ଯାଇଛନ୍ତି । ପ୍ରତି ବ୍ଲକକୁ ସ୍ୱତନ୍ତ୍ର ବସ ଗୋଟିଏ ଲେଖାଏ ଯୋଗାଇ ଦିଆଯାଇଛି । ଚିତ୍ରକୋଣ୍ଡା ବ୍ଲକରେ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା ଏହି କ୍ଷେତ୍ରପରିଦର୍ଶନ ବସକୁ ସବୁଜ ପତକା ଦେଖାଇ ଯାତ୍ରାର ସୁଭାରମ୍ଭ କରିଛନ୍ତି ।ଜିଲ୍ଲାର ମାଲକାନଗିରି, କାଲିମେଳା,ଖଇରପୁଟ,ମାଥିଲି, ଚିତ୍ରକୋଣ୍ଡା,କୋରକୁଣ୍ଡା,ପଡିଆ ସାତଟି ଯାକ ବ୍ଲକର ୧୧୧ଟି ପଚାଂୟତରୁ ମୋଟ ୫୫୫ଜଣ ଜନଜାତି ପ୍ରତିନିଧି କ୍ଷେତ୍ରପରିଦର୍ଶନରେ ଯିବାର ବ୍ୟବସ୍ଥା ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା୨୭ତାରିଖରେ ବଳକା ପଚାଂୟତର ଜନଜାତି ପ୍ରତିନିଧି ମାନେ କ୍ଷେତ୍ରପରିଦର୍ଶନରେ ଯିବେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.