Home ଓଡ଼ିଶା ମାଲକାନଗିରି ଜିଲ୍ଲାର ଯୁବ ପ୍ରଶାସନିକ ଅଧିକାରୀ କଲମ ଛାଡି ଧରିବେ ଶଙ୍ଖ!

ମାଲକାନଗିରି ଜିଲ୍ଲାର ଯୁବ ପ୍ରଶାସନିକ ଅଧିକାରୀ କଲମ ଛାଡି ଧରିବେ ଶଙ୍ଖ!

568

ମାଲକାନଗିରି, ୯ା୩ (ଓଡିଆ ପୁଅ ) ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ସବୁ ରାଜନୈତିକ ଦଳର ହାଇକମାଣ୍ଡ ମାନେ ବିଧାନସଭା ଓ ଲୋକସଭା ଆସନପାଇଁ ପ୍ରାର୍ଥୀ ଚୟନ କରିନଥିବା ବେଳେ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜୋରଦାର ଚାଲିଛି। ବିଭିନ୍ନ ରାଜନେତା ବିଧାୟକ ଓ ସାଂସଦମାନେ ଦଳଅଦଳ ବଦଳ କରୁଥିବା ବେଳେ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଚାକିରି ଛାଡି ରାଜନିତୀ କରିବାକୁ ଆଗେଇ ଆସିଲେଣି। ଗତ କିଛି ମାସତଳେ ରାଜ୍ୟର ବରିଷ୍ଠ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଚାକିରୀରୁ ଅବସର ନେଇ କଲମ ଛାଡି ପଦ୍ମଫୁଲ ଧରି ଭାରତୀୟ ଜନତା ପାର୍ଟୀରେ ଯୋଗଦେଇଛନ୍ତି। ରାଜ୍ୟର ଆଉଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ମଧ୍ୟ ଚାକିରୀରୁ ଅବସର ନେଇ ବିଜେଡି ଦଳରେ ଯୋଗଦେଇ ଶଙ୍ଖ ଧରି ଛନ୍ତି। ସେହି ପରି ଆଉଜଣେ ମାଲକାନଗିରି ଜିଲ୍ଲାର ଯୁବପ୍ରଶାସନିକ ଅଧିକାରୀଙ୍କୁ ରାଜନିତୀରେ ଯୋଗଦେବା ପାଇଁ ବିଭିନ୍ନ ରାଜନୈତିକ ଦଳପକ୍ଷରୁ ତାଙ୍କୁ ଆହ୍ୱାନ କରାଯାଇଛି। ସେହି ଯୁବ ପ୍ରଶାସନୀକି ଅଧିକାରୀ କଲମ ଛାଡି ଶଙ୍ଖ ଧରିବାର ବହୁତ ସମ୍ଭାବନା ରହିଛି। ଏହି ଯୁବ ପ୍ରଶାସନିକ ଅଧିକାରୀ ରାମକ୍ରୀଷ୍ଣା ଗୋଣ୍ଡ ଙ୍କ ନିଜ ଜନ୍ମସ୍ଥାନ ନବରଙ୍ଗପୁର ଜିଲ୍ଲା ରାଇଘର ଡୁମୁରିଢି ଗ୍ରାମରେ ତାଙ୍କ ବାପା ମଣିରାମଗୋଣ୍ଡ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ, ସେ ଜଣେ ସମାଜ ସେବୀ ଓ ଆଦିବାସୀ ଗୋଣ୍ଡ ସଂପ୍ରଦାୟର କବି, ରାମକ୍ରୀଷ୍ଣା ଜଣେ ଉଚ୍ଚଶିକ୍ଷିତ ଗତ ୨୦୦୫ ମସିହାରେ ପ୍ରଥମେ ତାଙ୍କର ଚାକିରୀ ଜୀବନ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଥିଲା। ସେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ମାଲକାନଗିରି ଜିଲ୍ଲାରେ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟକଲାପରେ ପ୍ରମୋସନ ପାଇ ମୟୁରଭଞ୍ଜ କପ୍ତିପଦାରେ ୨୦୧୦ ମସିହାରେ ପିଏ ଆଇଟିଡିଏ ଭାବେ ନିଯୁକ୍ତି ପାଇଥିଲେ। ସେ ମାଲକାନଗିରି ଜିଲ୍ଲାବାସୀଙ୍କ ର ଅଧିକ ପ୍ରୀୟ ପାତ୍ର ହୋଇଥିବାରୁ ପୁଣି ୨୦୧୧ ମସିହାରେ ମାଲକାନଗିରି ଜିଲ୍ଲାକୁ ପିଏ ଆଇଟିଡିଏ ଭାବେ ବଦଳି ହୋଇ ଆସି ଏବେ ବି ରହିଛନ୍ତି। ସେ ଆଦିବାସୀ ହରିଜନ ମଙ୍ଗଳବିଭାଗରେ ଦୀର୍ଘ୧୪ବର୍ଷ ଧରି କାମକରିଥିବାରୁ ତାଙ୍କର ଗରିବ ଆଦିବାସୀଙ୍କ ପ୍ରତି ଦୃବଳତା ରହିଛି। ସେ ଜଣେ ସଚ୍ଚୋଟ କର୍ମଠ ପରଉପକାରୀ ଓ ନିରପକ୍ଷ ପ୍ରଶାସନିକ ଅଧିକାରୀ ହୋଇଥିବାରୁ ତାଙ୍କୁ କିଛି ରାଜନୈତିକ ବରିଷ୍ଟ ନେତା ମାନେ ରାଜନିତୀରେ ସକ୍ରୀୟ ଭାବେ ଭାଗନେବା ପାଇଁ ଆହ୍ୱାନ କରିଛନ୍ତି। ସେ ଏବେ ମାଲକାନଗିରି ଜିଲ୍ଲା ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ଜନ୍ମସ୍ଥାନ ନବରଙ୍ଗପୁର କର୍ମଭୂମୀ ମାଲକାନଗିରି ହୋଇଥିବାରୁ ଏହି ଦୁଇଟି ଜିଲ୍ଲାରେ ତାଙ୍କର ଅଧିକ ଲୋକପ୍ରୀୟତା ରହିଛି। ତେଣୁ ତାଙ୍କୁ ବିଜେଡି ଦଳରୁ ନବରଙ୍ଗପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀକରିବା ନିମନ୍ତେ ଦୁଇଟି ଜିଲ୍ଲାର କେତେକ ବିଜେଡି ନେତା ଓ ଭୋଟରମାନେ ମନସ୍ଥ କରି ପ୍ରସ୍ଥାବ ଦେଇଥିବାର ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି। ଆଗାମୀ ଲୋକସଭା ନିର୍ବାଚନ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ଆସନଟି ମାଲକାନଗିରି, ଚିତ୍ରକୋଣ୍ଡା, ନବରଙ୍ଗପୁର, କୋଟପାଡ, ଉମରକୋଟ, ଝରିଗାଁ, ଡାବୁ ଗାଁ, ସାତଟି ବିଧାନସଭା ନିର୍ବାଚନ ମଣ୍ଡଳିକୁ ନେଇ ଗଠିତ। ଏହି ଆସନ ପାଇଁ ନବରଙ୍ଗପୁର, ମାଲକାନଗିରି ଜିଲ୍ଲାସହିତ କୋରାପୁଟ ଜିଲ୍ଲା କୋଟପାଡ ବିଧାନସଭା ଆସନର ଭୋଟର ମାନେହିଁ ସାଂସଦ କିଏ ହେବ ସେନେଇ ନିର୍ଣ୍ଣାୟକ କରିଥାନ୍ତି। ଗତ ୨୦୧୪ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଆସନପାଇଁ ମୋଟ ୭ଜଣ ପ୍ରାର୍ଥୀ ରଣାଙ୍ଗନରେ ଥିଲେ। ରେଳବିଭାଗ ମୁଖ୍ୟ ଯନ୍ତ୍ରୀ ଇଂ ବଳଭଦ୍ରମାଝୀ ବିଜେଡି ଦଳରୁ ପ୍ରାର୍ଥୀ ହୋଇ ୩୭୩୮୮୭ ଟି ଭୋଟ ପାଇ ବୀଜୟ ହାସଲକରି ସାଂସଦ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ଦଳର ପ୍ରଦୀପ ମାଝୀ ୩୭୧୮୪୫ ଟି ଓ ଭାଜପା ଦଳର ପର୍ଶୁରାମ ମାଝୀ ୧୩୮୪୩୦ ଟି ଭୋଟ ପାଇଥିଲେ। ଗତ ନିର୍ବାଚନରେ ବିଜେଡି ହାତକୁ ଏହି ଲୋକସଭା ଆସନଟି ଯାଇଥିଲା। ତଳିତ ନିର୍ବାଚନରେ ବିଜେଡି ଦଳପକ୍ଷରୁ ସାଂସଦ ଓ ବିଧାୟକ ପ୍ରାର୍ଥୀ ପାଇଁ କିଛି ନୁଆମୁହଁ ଖୋଜା ଚାଲିଥିବା ବେଳେ ମାଲକାନଗିରି ରେ କାର୍ଯ୍ୟରତ ଯୁବ ପ୍ରଶାସନିକ ଅଧିକାରୀ ପିଏ ଆଇଟିଡିଏ ରାମକ୍ରୀଷ୍ଣା ଗୋଣ୍ଡ ଙ୍କ ନାମ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଯୋରଦାର ଚର୍ଚ୍ଚାଚାଲିଛି। ଏ ସଂପର୍କରେ ଶ୍ରୀ ଗୋଣ୍ଡ ସିଧାସଳଖ ଭାବେ କୌଣସି ପ୍ରତିକ୍ରୀୟା ରଖି ନଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ତାଙ୍କୁ ରାଜନୀତିରେ ଭାଗନେବା ପାଇଁ ଆମନ୍ତ୍ରଣ କରାଯାଉଛି। ଯଦି ଜିଲ୍ଲାବାସୀ ଓ ଭୋଟର ମାନେ ଚାହୁଁଛନ୍ତି ଏବଂ ତାଙ୍କଦ୍ୱାରା କିଛି ଉପକାର ହୋଇପାରିବ ବୋଲି ଭାବୁଛନ୍ତି, ତା ହେଲେ ସେ ଏଭଳି ସେବାପାଇଁ ସବୁବେଳେ ପ୍ରସ୍ତୁତ ରହିଛନ୍ତି, ତାଙ୍କୁ ସୁଯୋଗ ମିଳିଲେ ଦରକାରପଡିଲେ ସେ ରାଜନିତୀକୁ ଓହ୍ଲାଇବେ ବୋଲି ପରୋକ୍ଷ ରେ ଶ୍ରୀ ଗୋଣ୍ଡ ଏହାକୁ ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ ସେ ରାଜନିତୀକୁ ଓହ୍ଲାଇଲେ ପ୍ରଶାସନିକ ଅଧିକାରୀ ର କଲମ ଛାଡି ବିଜେଡି ଦଳରେ ଶଙ୍ଖ ଫୁଙ୍କିବାର ବହୁତ ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.