Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ସିଆରସିସି ନିଯୁକ୍ତି ନେଇ ଚୟନପ୍ରକ୍ରୀୟା ପାଇଁ ପରୀକ୍ଷା

ମାଲକାନଗିରି ଜିଲ୍ଲାରେ ସିଆରସିସି ନିଯୁକ୍ତି ନେଇ ଚୟନପ୍ରକ୍ରୀୟା ପାଇଁ ପରୀକ୍ଷା

151

ମାଲକାନଗିରି, ୩୦ା୧୦(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲାକନଗିରି ଜିଲ୍ଲାରେ ଶିକ୍ଷା ପଦ୍ଧତିକୁ ସହଜ ସରଳ କରିବା ନେଇ ବିଭିନ୍ନ ପଚାଂୟତରେ ଆଚଂଳିକ କେନ୍ଦ୍ର ସାଧନ ସଂଯୋଜକ(ସିଆରସିସି)ପଦବି ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରୀୟାର ପରୀକ୍ଷା ଆରମ୍ଭ ହୋଇ ଯାଇଛି। ସ୍ଥାନୀୟ ସରକାରି କନିଷ୍ଟ ବିଜ୍ଞାନ ମହାବିଦ୍ୟାଳୟ ସଭାଗୃହରେ ସବ ର୍ଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ ମାନସ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାଶିକ୍ଷା ଅଧିକାରୀ ରମେଶଚନ୍ଦ୍ର ସେଠୀ ଯୋଗଦେଇ ପ୍ରଶ୍ନପତ୍ର ଖୋଲିବା ପରେ ଏହି ପରୀକ୍ଷା ଆରମ୍ଭ ହୋଇଥିଲା। ଏହି ପରୀକ୍ଷା ପାଇଁ ଜିଲ୍ଲାର ସାତଟି ଯାକ ବ୍ଲକରୁ ମୋଟ ୫୬ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦରଖାସ୍ତ ଦେଇଥିବା ବେଳେ ମାତ୍ର ୩୬ଜଣ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହି ପରୀକ୍ଷା ଦେଇଛନ୍ତି। ମୋଟ ୨୧୦ନମ୍ବରରେ ପରୀକ୍ଷା ହୋଇଛି। ସେଥି ମଧ୍ୟରୁ ୧୭୦ ନମ୍ବରରେ ଲିଖିତ ଓ ୪୦ନମ୍ବରେ ଭାୟାବସ ପରୀକ୍ଷା କରାଯାଇଛି। ଏହି ପରୀକ୍ଷାରେ ଅବଜର୍ଭ ଭାବେ ଚିତ୍ରକୋଣ୍ଡା ଡିଆଇଟି ପ୍ରୀନ୍ସପାଲ ଶୈଳରାଜ ଏମ.ଜି ଯୋଗ ଦେଇଥିଲେ। ପଡିଆ ବ୍ଲକ ଶିକ୍ଷାଅଧିକାରୀ ଗଙ୍ଗାଧର ପଟନାୟକ, ଖଇରପୁଟ ବ୍ଲକ ଶିକ୍ଷା ଅଧିକାରୀ ଶିଶିଭୁଷଣ ମିଶ୍ର, ମାଥିଲି ବ୍ଲକ ଶିକ୍ଷା ଅଧିକାରୀ ଘନସ୍ୟାମ ଦାସ, ସରକାରି ବାଳକ ହାଇସ୍କୁଲର ପ୍ରଧାନଶିକ୍ଷକ ନନିଗୋପାଲ ଦାସ, ମାନସ ରଜଂନ ଦାଶ, ରବିନ୍ଦ୍ର କୁମାର ମହାରଣା, ସିତାରାମଗୌଡ, ହେମନ୍ତ ପଟନାୟକ, ବିଜୟ ଲକ୍ଷ୍ମି ଚୌଧୁରୀ, ଶଶିସେଖର ମୋହିନୀ ପ୍ରମୁଖ ଉପସ୍ଥିତ ରହି ଶାନ୍ତିଶୃଙ୍କଳାର ସହିତ ପରୀକ୍ଷା ପରିଚାଳନା କରିଥଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.