Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ରାଜସ୍ଥାନ ରୁ ଅଟକିଥିବା ୧୦ଶ୍ରମିକ ଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ ଯୋଗେ...

ମାଲକାନଗିରି ଜିଲ୍ଲାରେ ରାଜସ୍ଥାନ ରୁ ଅଟକିଥିବା ୧୦ଶ୍ରମିକ ଙ୍କୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କ ଘରକୁ ପଠାଇ ଦିଆଗଲା

66

ମାଲକାନଗିରି,୫ା୫(ଓଡିଆ ପୁଅ ) କରୋନା ମହାମାରି ପାଇଁ ତିନି ତିନିଥର ଲକ ଡାଉନ ଘୋଷଣା ହୋଇସାରିଛି, ଏହା ଦ୍ୱାରା ଯାନବାହନ ଚଳାଚଳା ବନ୍ଦ ହୋଇ ଯାଇଥିବାରୁ ମାଲକାନଗିରି ଜିଲ୍ଲାରେ ଅଟକିରହି ଯାଇଥିବା ରାଜସ୍ଥାନ କୋଟାର ୧୦ଜଣ ଶ୍ରମିକ ଙ୍କୁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ବସ ରେ ସେମାନଙ୍କ ଗାଁକୁ ପଠାଇଦିଆ ଯାଇଛି । ଆଜି ଏହି ୧୦ଜଣ ଶ୍ରମିକଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ପିଏ ଆଇଟିଡିଏ କ୍ଷୀରାଦ୍ଦି ବେହେରା, ଆରଡି ନିର୍ବାହି ଯନ୍ତ୍ରୀ କେ.ଭି.ପି.ରାଓ ସେମାନଙ୍କୁ ସାନିଟାଇଜର,ମାସ୍କ, ଖାଇବା ପୁଡିଆ, ପାଣିବୋତଲ ଦେଇ ଯାତ୍ରାର ସଫଳତା କାମନା କରି ଏକ ସ୍ୱତନ୍ତ୍ର ବସରେ ରାଜସ୍ଥାନ କୋଟାକୁ ପଠାଇବା ବ୍ୟବସ୍ଥାକରିଛନ୍ତି । ସୁଦୂର ରାଜସ୍ଥାନର ଗରିବ ଶ୍ରମିକ ମାନଙ୍କ ପ୍ରତି ଦରଦ ଦେଖାଇ ମାଲକାନଗିରି ଜିଲ୍ଲାପ୍ରଶାସନ ସେମାନଙ୍କ ଘରକୁ ପଠାଇବାର ବ୍ୟବସ୍ଥା କରିଥିବାରୁ ରାଜସ୍ଥାନ ଶ୍ରମିକ ମାନେ ଖୁସି ହୋଇ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇ ନିଜ ଗ୍ରାମ ଅଭିମୁଖେ ବସ ରେ ଯାତ୍ରା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.