Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ପୁରୁଷ ଅପେକ୍ଷା ୭୨.୩୬ପ୍ରତିଶତ ଅଧିକ ମହିଳା ଭୋଟ ଦେଲେ

ମାଲକାନଗିରି ଜିଲ୍ଲାରେ ପୁରୁଷ ଅପେକ୍ଷା ୭୨.୩୬ପ୍ରତିଶତ ଅଧିକ ମହିଳା ଭୋଟ ଦେଲେ

548

ମାଲକାନଗିରି, ୧୫ା ୪(ଓଡିଆ ପୁଅ ) ଗତ ୧୧ ତାରିଖରେ ନିର୍ବାଚନର ବଡପର୍ବ ମତଦାନର ମହୋତ୍ସବ ଥିଲା, ଆଦିବାସୀ ଅଧ୍ୟୁଷିତ ମାପ୍ରବଣ ମାଲକାନଗିରି ଜିଲ୍ଲାରେ କୌଣସି ମାଓହିଂସା କାଣ୍ଡ ନ ହୋଇ ଶାନ୍ତିଶୃଙ୍ଖଲାର ସହିତ ନିର୍ବାଚନ ସରିଯାଇଛି। ମାଓବାଦୀଙ୍କ ନିର୍ବାଚନ ବର୍ଜନ ଡାକରା ସ୍ୱତ୍ୟେ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ୭୨.୨୪ ପ୍ରତିଶତ ମତଦାନ ହୋଇଛି। ସେଥି ମଧ୍ୟରୁ ପୁରୁଷ ଭୋଟର ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି, ୭୨.୧୧ ପ୍ରତିଶତ ପୁରଷ ଭୋଟ ଦେଇଥିବା ବେଳେ କେବଳ ମହିଳା ୭୨.୩୬ ପ୍ରତିଶତ ଭୋଟ ଦେଇଛନ୍ତି। ମାଲାକାନଗିରି ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୪ ଲକ୍ଷ ୨୦ ହଜାର ୩୫୮ ମଧ୍ୟରୁ ୨୦୪୯୨୦ ପୁରୁଷ ଭୋଟର, ୨୧୫୪୧୮ ଜଣ ମହିଳା ଭୋଟର ଓ୨୦ ଜଣ ତୃତିୟ ଲିଙ୍ଗ ଭୋଟର ରହିଛନ୍ତି। ଚଳିତ ନିର୍ବାଚନରେ ୩ ଲକ୍ଷ ୩୬ ହଜାର ୪୭ ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୪୭୭୭୭ ଜଣ ପରୁଷ, ୧୫୮୫୬୭ ଜଣ ମହିଳା ଓ ୩ ଜଣ ତୃତୀୟଲିଙ୍ଗ ଭୋଟ ଦେଇଛନ୍ତି। ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳିର ୨୩୪୪୪ ଭୋଟରଙ୍କ ମଧ୍ୟରୁ ୧୭୫୦୮୮ ଜଣ ମତଦାନ କରିଥିବାବେଳେ ଚିତ୍ରକୋଣ୍ଡା ବିଧାନସଭା ଆସନର ୧୮୮୯୧୪ ଭୋଟରଙ୍କ ମଧ୍ୟରୁ, ୧୨୮୫୫୯ ଜଣ ଭୋଟ ଦେଇଛନ୍ତି। ମାଲକାନଗିରି ଆସନରେ ୭୫.୬୫ ପ୍ରତିଶତ ଓ ଚିତ୍ରକୋଣ୍ଡା ଆସନରେ ୬୮.୦୫ ପ୍ରତିଶତ ମତଦାନ ହୋଇଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମହିଳାମାନେ ଅଧିକ ପରିଶ୍ରମୀ ଘରକାମ ସହ ଛୁଆ ପିଲାଙ୍କୁ ସମ୍ଭାଳି ବାହରର ସବୁ କାମ କରିଥାନ୍ତି, ସେମାନେ କାମରେ ଯେପରି ଆଗୁଆ ଭୋଟ ଦେବାରେ ମଧ୍ୟ ସେମାନେ ପୁରୁଷଙ୍କ ଠାରୁ ଆଗରେ ରହିଛନ୍ତି। ଗତ ୧୧ ତାରିଖ ଦିନ ମତଦାନ ଉତ୍ସବରେ ଅଧିକ ସଂଖ୍ୟାରେ ମହିଳା ମାନେ ବିଭିନ୍ନ ବୁଥରେ ଲମ୍ବାଧାଡିରେ ଛିଡା ହୋଇ ଭୋଟ ଦେବାପାଇଁ ଆଗ୍ରହ ପ୍ରକାଶ କରିଥିବାର ଦେଖା ଯାଇଥିଲା। ଏଥିରୁ ଯାହା ଜଣାପଡୁଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାମାନେ ମଧ୍ୟ କେଉଁ ଗୁଣରେ କମ ନୁହନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.