Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ପାସହାର ୭୭.୭୦ ପ୍ରତିଶତ,ଜିଲ୍ଲା ଟପର ହଲେ ଛାତ୍ରୀ ଶିଳ୍ପୀ ଓ ଛାତ୍ର ପ୍ରହ୍ଲାଦ

ମାଲକାନଗିରି ଜିଲ୍ଲାରେ ପାସହାର ୭୭.୭୦ ପ୍ରତିଶତ,ଜିଲ୍ଲା ଟପର ହଲେ ଛାତ୍ରୀ ଶିଳ୍ପୀ ଓ ଛାତ୍ର ପ୍ରହ୍ଲାଦ

157

ମାଲକାନଗିରି,୨୯ା୭ (ଓଡିଆ ପୁଅ ) ଆଜି ପ୍ରକାଶିତ ହୋଇସାରିଛି ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ । ମାଲକାନଗିରି ଜିଲ୍ଲା ରେ ଚଳିତ ହାଇସ୍କୁଲ ବାର୍ଷୀକ ପରୀକ୍ଷାରେ ଜିଲ୍ଲାର ୧୧୭ଟି ହାଇସ୍କୁଲର ମୋଟ ୫୦୩୧ଜଣ ପରୀକ୍ଷାର୍ଥୀ ୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୯୦୯ଜଣ ପାସ କରିଥିବାବେଳେ ୨୦୧୦ଜଣ ଛାତ୍ର ଓ ୧୮୯୯ଜଣ ଛାତ୍ରୀ ରହିଛନ୍ତି । ଜିଲ୍ଲାରେ ମୋଟ ପାସହାର ୭୭.୭୦ପ୍ରତିଶତ ରହିଛି । ମାଲକାନଗିରି ଏମଭି୭ ଜଗନ୍ନାଥପଲ୍ଲି ହାଇସ୍କୁଲର ଛାତ୍ରୀ ଶିଳ୍ପୀବୈରାଗୀ ୯୦ପ୍ରତିଶତ ମୋଟ୫୪୦ନମ୍ବର ଓ ଏମଭି୭୯ ସାବେରୀ ଉଚ୍ଚବିଦ୍ୟାପିଠର ଛାତ୍ର ପ୍ରହ୍ଲାଦ ନାଥ ମୋଟ୫୪୦ ନମ୍ବର ୯୦ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଦୁହେଁ ଟପର ହୋଇଛନ୍ତି । ଜିଲ୍ଲାରେ ଏ-୧ ଗ୍ରେଡରେ ୨ଜଣ ,ଏ-୨ ଗ୍ରେଡ ରେ ୨୩ ଜଣ ,ବି -୧ଗ୍ରେଡ ରେ ୭୫ଜଣ,ବି -୨ଗ୍ରେଡରେ ୧୨୬ ଜଣ,ସି ଗ୍ରେଡ ରେ ୨୭୪ ଜଣ ,ଡି ଗ୍ରେଡ ରେ ୭୧୨ଜଣ ,ଇ ଗ୍ରେଡ ରେ ୨୬୯୭ ଜଣ ପାସ କରିଥିବାବେଳେ ଏଫ ଗ୍ରେଡ ରେ ରହି ୧୧୨୧ ଜଣ ପରୀକ୍ଷାର୍ଥୀ ଫେଲ ହୋଇଛନ୍ତି । ଓଡିଶା ରାଜ୍ୟରେ ମାଲକାନଗିରି ଜିଲ୍ଲାରେ ପାସହାର ୧୬ତମ ସ୍ଥାନରେ ରହିଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ମାଟ୍ରୀକ ପରୀକ୍ଷାରେ ୯୦ପ୍ରତିଶତ ନମ୍ବର ରଖି ବାଜିମାରିଛନ୍ତି ଜଣେ ଛାତ୍ରୀ ଓ ଜଣେ ଛାତ୍ର । ମାଲକାନଗିରି ସଦର ବ୍ଲକସ୍ଥ ଏମଭି୭ ଗ୍ରାମ ଠାରେ ଥିବା ଜଗନ୍ନାଥପାଲ୍ଲି ହାଇସ୍କୁଲର ୨୪୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷାଦେଇଥିଲେ,ସେମାନଙ୍କ ମଧ୍ୟରୁ ୨୪୦ଜଣ ପାସ କରିଥିବା ବେଳେ ଏହି ବିଦ୍ୟାଳୟରେ ୯୯.୬ ପ୍ରତିଶତ ପାସ ହାର ହୋଇଛି ।ଏ୧ଗ୍ରେଡରେ ଶିଳ୍ପୀ ବୈରାଗୀ ମୋଟ ୫୪୦ନମ୍ବର ହାରାହାରି ୯୦ପ୍ରତିଶତ ରଖି ଜିଲ୍ଲାର ଟପର ହୋଇଛନ୍ତି । ଏ୧ ଗ୍ରେଡରେ ଜଣେ,ଏ୨ ଗ୍ରେଡରେ ତିନିଜଣ ପାସ୍ କରିଛନ୍ତି । ଟପର ଛାତ୍ରୀ ଶିଳ୍ପୀ ବୈରାଗୀ ଙ୍କ ନିଜଘର କୋରକୁଣ୍ଡା ବ୍ଲକସ୍ଥ ତାର୍ଲାକୋଟା ଗ୍ରାମରେ  ତାଙ୍କ ବାପା ବିଜୟବୈରାଗୀ ଜଣେ ଚାଷୀ, ଶିଳ୍ପୀ ବୈରାଗୀ ପାଠ ପଢି ଆଗାମୀ ଦିନରେ ଜଣେ ଆଇଏଏସ ଅଧିକାରୀ ହୋଇ ଆଦିବାସୀ ଅଧ୍ୟୁଷିତ ଅଚଂଳର ଗରିବଲୋକଙ୍କ ସେବାକରିବେ ବୋଲି କହିଛନ୍ତି । ଠିକ ସେହିପରି ମାଲକାନଗିରି ଜିଲ୍ଲାସ୍ଥ ଏମଭି୭୯ ସାବେରୀ ବିଦ୍ୟାପୀଠର ଛାତ୍ର ପ୍ରହ୍ଲାଦ ନାଥ ଚଳିତବର୍ଷ ମାଟ୍ରୀକ ପରୀକ୍ଷାରେ ମୋଟ୫୪୦ନମ୍ବର ୯୦ ପ୍ରତିଶତ ରଖି ଜିଲ୍ଲାର ଟପର ହୋଇଛନ୍ତି । ତାଙ୍କ ନିଜଘର ଏମଭି୭୯ ଠାରେ ତାଙ୍କ ବାପା ତପନ ନାଥ ଜଣେ ମଧ୍ୟବିତ ପରିବାର,ଚାଷୀ । ପ୍ରହ୍ଲାଦ ଆଗାମୀ ଦିନରେ ମେଡିକାଲ ପାଠ ପଡି ଜଣେ ଉତମ ଡାକ୍ତର ହୋଇ ଆଦିବାସୀ ଅଧ୍ୟୁଷିତ ଅଚଳରେ ଗରିବ ରୋଗୀଙ୍କ ସେବା କରିବା ପାଇଁ ଇଛାପ୍ରକଟ କରିଛନ୍ତି । ଜିଲ୍ଲାରେ ଅଧିକ ନମ୍ବର ରଖି ଟପର ହୋଇଥିବା ଛାତ୍ରୀ ଶିଳ୍ପୀ ଓ ଛାତ୍ର ପ୍ରହ୍ଲାଦ ଙ୍କ କୃତିତ୍ୱ ପାଇଁ ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ, ଜିଲ୍ଲାବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା,ଜଗନ୍ନାଥପଲ୍ଲୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଏ.ଇଶ୍ୱର ରାଓ,ଏମଭି୭୯ ହାଇସ୍ଲୁର ର ପ୍ରଧାନଶିକ୍ଷକ ସଜିଂବକୁମାର ବୈରାଗୀ,ଅନ୍ୟାନ ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନଙ୍କ ସହିତ ଅନ୍ୟମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.