Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ କାର୍ତିକ ପୂର୍ଣ୍ଣିମା ବୋଇତବନ୍ଦାଣ ଉତ୍ସବ ଓ ଶ୍ରୀଜଗନ୍ନାଥଙ୍କ ସୁନାବେଶ

ମାଲକାନଗିରି ଜିଲ୍ଲାରେ କାର୍ତିକ ପୂର୍ଣ୍ଣିମା ବୋଇତବନ୍ଦାଣ ଉତ୍ସବ ଓ ଶ୍ରୀଜଗନ୍ନାଥଙ୍କ ସୁନାବେଶ

161

ମାଲକାନଗିରି,୨୩ା୧୧(ଓଡିଆ ପୁଅ )   ମାଲକାନଗିରି ଜିଲ୍ଲାରେ କାର୍ତିକ ପୂର୍ଣ୍ଣୀମା ଓ ବୋଇତ ବନ୍ଦାଣ ଉତ୍ସବ ଆଡମ୍ବର ସହକାରେ ଆଜି ସକାଳୁ ପାଳିତ ହୋଇଯାଇଛି ।ଆଜି ବଢିଭୋରରୁ ସତିଗୁଡା ଜଳଭଣ୍ଡାର,ବାଲିସାଗର,ବଣ୍ଡାବାକୁଲିଗୁଡା,ସପ୍ତଧାରା,ସିଲେରୁ, ସାବେରୀ ବିଭିନ୍ନ ନଦୀ ପୋଖରି ଓ ଜଳାଶୟ,ଗୁଡିକରେ ବୋଇତ ବନ୍ଦାଣଉତ୍ସବ ସହ କଦଳୀପଟୁଆ, ସୋଲରେ ନିର୍ମିତ ଡଙ୍ଗା କୁ ଶ୍ରଦ୍ଧାଳୁ ଭକ୍ତ ମାନେ ଆ କା ମା ବୈ,ପାନଗୁଆ ଥୋଇ,ପାନଗୁଆ ତୋର ମାସକ ଧରମ ମୋର କହି ଜଳରେ ଡଙ୍ଗା ଗୁଡିକୁ ଭସାଇଥିଲେ । ଡଙ୍ଗାଭସାଣି ପରେ ବିଭିନ୍ନ ଦେବାଳୟ ମାନଙ୍କରେ ବୃଦ୍ଧବୃଦ୍ଧା ଓ ଶ୍ରଦ୍ଧାଳୁ ଭକ୍ତ ମାନେ ପୁଜା ପାଠକରି ଦେବାଦେବିଙ୍କୁ ଦର୍ଶନକରିଥିଲେ  । ମନ୍ଦିର ପରିସରରେ ଅଷ୍ଟପ୍ରହର,ଚବିଶ ପ୍ରହର,ବତିଶ ପ୍ରହର ନାମ ଯଜ୍ଞସଂଙ୍କିର୍ତନ ଗତକାଲିଠାରୁ ଠାରୁ ଆରମ୍ଭ ହୋଇଆଜି ଶେଷ ହୋଇଯାଇଛି । ବିଶେଷ କରି ମାଲକାନଗିରି ଜିଲ୍ଲାସଦର ମହକୁମା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର କାର୍ତିକ ପୂର୍ଣ୍ଣିମା ଉତ୍ସବ ଅବସରରେ ତିନିଠାକୁରଙ୍କ ରାଜାରାଜେଶ୍ୱର ଓ ସୁନାବେଶ ଦେଖିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡଲାଗିଥିଲା ।

ଠିକ ସେହିପରି ୧୧୯କଲୋନି ଆଖଣ୍ଡଳମଣୀ ମନ୍ଦିର,ତାରିଣି ପୀଠ,ଶିବାନନ୍ଦ ଆଶ୍ରମ,ଏମଭି୩ ମା ମଙ୍ଗଳା ଙ୍କ ପିଠ,ତଳସାହି ଶିବମନ୍ଦିର, ହାଟପଦା ବୁଟିଗୁଡା ବିଶେଶ୍ୱର ଶିବ ମନ୍ଦିର ପରିସରରେ ନାମସଂଙ୍କିର୍ତନ ହୋଇଥିଲା,ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶିବାନନ୍ଦ ଆଶ୍ରମ ପରିସରରେ ଦରିଦ୍ର ନାରାୟଣସେବା ଅର୍ନପ୍ରସାଦ ବଟଂନ କରା ଯାଇଥିଲା । ଭାଗବତ ପରାୟଣ,ପ୍ରବଚନ ଓ ନାମ ସଂକୀର୍ତନରେ ସମଗ୍ର ମାଲକାନଗିରି ସହରରେ ପରିବେଶ ଭକ୍ତିମୟ ହୋଇଉଠିଥିଲା । ଠିକ ସେହିପରି କାଲିମେଳା,ପଡିଆ, ମୋଟୁ, ଏମଭି୭୯, ମାଲକାନଗିରି, ଯଦୁଗୁଡା,ବାଲିମେଳା, ଚିତ୍ରକୋଣ୍ଡା,କୋରକୁଣ୍ଡା, ଗୁମ୍ମା, ଖଇରପୁଟ,ଗୋବିନ୍ଦପାଲି, ମାଥିଲି,ଅଚଂଳରେ ଥିବା ଦେବା ଦେବି ପିଠରେ ଶ୍ରଦ୍ଧାଳୁ ଭକ୍ତ ମାନେ କାର୍ତିକ ପୂର୍ଣ୍ଣିମା ଡଙ୍ଗାଭସାଣି ଉତ୍ସବ ପାଳନକରି ପୁଜା ପାଠକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.