Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ୨କୋଟି୬୦ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡିଲେ

ମାଲକାନଗିରି ଜିଲ୍ଲାଅବକାରୀ ବିଭାଗପକ୍ଷରୁ ୨କୋଟି୬୦ଲକ୍ଷ ଟଙ୍କାର ଗଜେଂଇ ଗଛ ପୋଡିଲେ

96

ମାଲକାନଗିରି,୧୩ା୧୨(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାଅବକାରୀ ବିଭାଗକୁ ଏକ ସଫଳତା ମିଳିଛି । ଦୁର୍ଗମ ପାହଡ ଇଲାକାରେ ବେଆଇନ ଭାବେ ହୋଇଥିବା ୨୨ ଏକର ଗଜେଂଇ ଚାଷକୁ ପୋଡି ନଷ୍ଟକରିଛନ୍ତି । ଆଜି ଜିଲ୍ଲାଅବକାରି ବିଭାଗ ସୁପରିଟେଣ୍ଡେଟଂ ଅଶୋକ କୁମାର ସେଠ ଙ୍କ ନେତୃତ୍ୱରେ ଅବକାରୀ ଇନିସପେକ୍ଟର ବିମ୍ବାଧରପଣ୍ଡା,ସବ୍ଇନିସପେକ୍ଟର ଏଚ.ଜଗାରାଓ,ଦିଲୀପ ନାୟକ, ରାଜୁ ଖିତି, ଦିନେଶ କୁମାର, ସି.ଏଚ.ଖରା,ଜେମସ ସାହୁ,ଅମର ମହାପାତ୍ର,ଆର.ସି. ହନ୍ତାଳ,ପି.ନାଗେଶ,ଏସ. ମହାନ୍ତି,ଏସ. ମାଝି,ପି. ନାୟକ,ସୁଜାତ, ଜୁଲି ଓ ସରିତା ପ୍ରମୁଖ ଜିଲ୍ଲାଅବକାରି ବିଭାଗ ଅଧିକାରୀ ଓ କର୍ମଚାରି ମାନେ ମାଲକାନଗିରି ଥାନାସ୍ଥ ତାଳବାଡି ଓ ମାଛିଆମ୍ବ ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଚାଷକରା ଯାଇଥିବା ୨୨ଏକର ଜମିରୁ ୨୬୪୦୦ ଗଜେଂଇ ଗଛଗୁଡିକୁ କାଟି ପୋଡି ଦେଇଥିଲେ,ଏହି ଗଜେଂଇ ଗଛର ସରକାରି ମୂଲ୍ୟ ୨କୋଟି ୬୦ଲକ୍ଷ ଟଙ୍କାରୁ ଉର୍ଦ୍ଦ ହେବ ବୋଲି ଜଣାପଡିଛି ।  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ଅଚଂଳ ମାଲାକନଗିରି ଜିଲ୍ଲା ଏବେ ପାଲଟିଛି ଗଜେଂଇଚାଷର ଭୁସ୍ୱର୍ଗ । ଦୁର୍ଗମ ବିଛିନ୍ନାଚଂଳର ଯେଉଁଠି ଦେଖିବ ରାସ୍ତାକଡ ଠାରୁ ଆରମ୍ଭକରି ପାହଡ ପର୍ଯ୍ୟନ୍ତ ଶତାଧିକ ହେକ୍ଟର ଜମିରେ ଗଜେଂଇଗଛର ସବୁଜବିଷବଳୟ ଚାରିଦିଗକୁ ଘେରି ରହିଛି । ମାଲାକନଗିରି ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ,ଏସପି ଜଗମୋହନ ମୀନା ଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନହେଲା ଜିଲ୍ଲାଅବକାରି ବିଭାଗ ଓ ପୁଲିସ ପକ୍ଷରୁ ଏହି ଚଢାଉ ଚାଲି କୋଟି କୋଟି ଟଙ୍କାର ବେଆଇନ ଗଜେଂଇ ଚାଷକୁ ପୋଡି ନଷ୍ଟ କରାଯାଉଥିବାର ଜଣାପଡିଛି ।ଗତ କାଲି ଜିଲ୍ଲାଅବକାରୀ ବିଭାଗ ପକ୍ଷରୁ ଓରକେଲ ଥାନା ଅଚଂଳରୁ ୮କୋଟି ଟଙ୍କାର ଗଜେଂଇ ଗଛ ପୋଡି ନଷ୍ଟକରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.