Home ଜିଲ୍ଲା ପରିକ୍ରମା ମାଲକାନଗିରି ଏସବିଆଇ ବ୍ୟାଙ୍କ ପକ୍ଷରୁ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହପାଳନ

ମାଲକାନଗିରି ଏସବିଆଇ ବ୍ୟାଙ୍କ ପକ୍ଷରୁ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହପାଳନ

98

ମାଲକାନଗିରି, ୩୧।୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ମହିଳା ମହାବିଦ୍ୟାଳୟ ପରିସର ରେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମାଲକାନଗିରି ଜିଲ୍ଲାଶାଖା ପକ୍ଷରୁ ଦୁର୍ନିତୀ ନିବାରଣ ଜନ ସଚେତନତା ସପ୍ତାହ ଆଜି ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଶ୍ମନ୍ତକୁମାର ଜେନାଙ୍କ ପୌରହିତରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥିଭାବେ ଏସବିଆଇ ମାଲକାନଗିରି ଶାଖା ମୁଖ୍ୟପରିଚାଳକ ନିହାରରଜଂନ ମହାନ୍ତି, ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ଏସବିଆଇ ସହକାରି ପରିଚାଳକ ଲକ୍ଷ୍ମଣ ରାଓ, ଜ୍ୟୋତି ରାଉଳ, ଅଧ୍ୟାପକ ଶ୍ରୀକାନ୍ତ ସାମଲ, ରେଣୁକା ମହାପାତ୍ର, ସୌରଭ ଚୈଧୁରୀ, ଇନ୍ଦୁରେଖାପଟନାୟକ ପ୍ରମୁଖ ଯୋଗଦେଇ ଦେଶରେ ଦେଖା ଦେଇଥିବା ଦୁର୍ନିତୀ ରୂପକ ଚେରକୁ ହଟାଇ ଏକ ଦୁର୍ନିତୀ ମୁକ୍ତ ପ୍ରଗତୀଶିଳ ରାଷ୍ଟ୍ରଗଠନ କରିବାପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମାଲକାନଗିରି ଏସବିଆଇ ଶାଖା ମୁଖ୍ୟପରିଚାଳକ ଶ୍ରୀ ମହାନ୍ତି ଉପସ୍ଥିତ ଥିବା ଶତାଧିକ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ମଚାଂସିନ ଅତିଥି ମାନଙ୍କୁ ଦୁର୍ନିତୀ ବିରୋଧରେ ସପଥପାଠ କରାଇଥିଲେ। ପୁବ ର୍ରୁ ମହାବିଦ୍ୟାଳୟରେ ଦୁର୍ନିତୀ ନିବାରଣ ସଂପର୍କରେ ଅନୁଷ୍ଟିତ ବିଭିନ୍ନ ପ୍ରତି ଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରି କୃତିତ୍ୱ ହାସଲକରିଥିବା ମାଳତୀ ମାଢୀ ଙ୍କୁ ନଗଦ ଏକହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ମାଧବି ମଣ୍ଡଳ ଓ ସୁନିତା ସାହୁଙ୍କୁ ୫୦୦ଟଙ୍କା ଲେଖା ଏସବିଆଇ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.