Home ଓଡ଼ିଶା ମାଲକାନଗିରିରେ ତିନୋଟି ସ୍ଥାନରେ ଦୁର୍ଘଟଣା ୫ ମୃତ ୧୭ ଆହତ

ମାଲକାନଗିରିରେ ତିନୋଟି ସ୍ଥାନରେ ଦୁର୍ଘଟଣା ୫ ମୃତ ୧୭ ଆହତ

312

ମାଲକାନାଗିରି ୧୧-୨ (ଓଡ଼ିଆ ପୁଅ) ଜିଲ୍ଲା ମାଥିଲି ବ୍ଲକଠାରେ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ପାତ୍ରଗୁଡ଼ା ଓ ସିରିଗୁଡ଼ା ଗ୍ରାମରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଲୋଗ ଏକ ପିକ୍ଅପ୍ ଭ୍ୟାନରେ ଯାଉଥିଲେ। ପାଂଗାମ୍ ସଲପଦର ବୁଲାଣି ରାସ୍ତାରେ ପିକ୍ଅପ୍ ଭ୍ୟାନଟି ଭାରସାମ୍ୟ ହରାଇ ଏକ ଖଜୁରୀ ଗଛରେ ବାଡ଼େଇ ହୋଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଘଟଣା ସ୍ଥଳରେ ପାଙ୍ଗାମ୍ ଗ୍ରାମର ରାମ ଖୋରା (୩୮) ପାତ୍ରଗୁଡ଼ା ଗ୍ରାମର ରାମଚନ୍ଦ୍ର କୁଟିଆ (୨୮), ସିରିଗୁଡ଼ା ଗ୍ରାମର ଜାମୁ ଗଉଡ଼ (ମହିଳା-୨୬) ଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ। ଘଟଣା ସ୍ଥଳରେ ୧୦୮ ଗ୍ରାମବାସୀମାନେ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ଏବଂ ମାଥିଲିଥାନାକୁ ଜଣାଇଥିଲେ। ଆହତମାନଙ୍କୁ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ସେଠାରେ ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ୧୦ ଗଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ପାତ୍ରଗୁଡ଼ା ଗ୍ରାମର ବଲା କୁଟିଆ (ମହିଳା ୪୫ ବର୍ଷ)ଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ଜଣେ ମହିଳା ଏବଂ ଏକ ବର୍ଷର ଶିଶୁ କନ୍ୟାର ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସହୀଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ‌୍ତରିତ କରାଯାଇଛି। ଘଟଣାସ୍ଥଳରେ ମାଥିଲି ଥାନା ପୋଲିସ୍ ପହଁଚି ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହିତ ମୃତ ଦେହ ଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ଏବଂ ତଦନ୍ତ ଜାରୀ ରଖିଛନ୍ତି।

ସେହିପରି ଓରକେଲ୍ ଥାନା ଅନ୍ତର୍ଗତ ଏମଭି ୩୮ ଗ୍ରାମ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜୟପୁର ଅଞ୍ଚଳର ଅନିଲ ଜେନା ନାମକ ଏକ ଯୁବକର ମୃତ୍ୟୁ ଘଟିଥିବା ବେଳେ ବାଲିମେଳା ଠାରୁ ଜୟପୁର ଅଭିମୁଖେ ଯାଉଥିବା ଏକ ବୋଲେରୋ ବରଯାତ୍ରୀ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବା ଦ୍ୱାରା ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ମୁଦୁଲିଥାନା ପୋଲିସ୍ ପହଁଚି ଆହତ ମାନଙ୍କୁ ମୁଦୁଲି ପଡ଼ା ଥାନା ପୋଲିସ୍ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.