Home କୋରାପୁଟ ମାର୍ଚ୍ଚ ୬ରୁ ଇଭିଏମ-ଭିଭିପାଟ ଦ୍ୱିତୀୟ ପର୍ଯ୍ୟାୟ ସଚେତନତା ଅଭିଯାନ

ମାର୍ଚ୍ଚ ୬ରୁ ଇଭିଏମ-ଭିଭିପାଟ ଦ୍ୱିତୀୟ ପର୍ଯ୍ୟାୟ ସଚେତନତା ଅଭିଯାନ

266

କୋରାପୁଟ;ତା୦୫-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଆସନ୍ତାକାଲିଠାରୁ ଇଭିଏମ-ଭିଭିପାଟ ଦ୍ୱିତୀୟ ପର୍ଯ୍ୟାୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ କେ.ସୂଦର୍ଶନ ଚକ୍ରବର୍ତି ଏକ ସାମ୍ବାଦିକ ସମିଳନୀରେ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଅଫିସ ସମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀରେ ଜିଲାପାଳ ଏହି ସୂଚନା ଦେବା ସହ ୧୦ ତାରିଖରେ ଜିଲା ସଦର ମହକୁମାରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଇଭିଏମ-ଭିଭିପାଟ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି। ପ୍ରଥମ ଥର ପାଇଁ ଇଭିଏମଏବଂ ଭିଭିପାଟ କାର୍ଯ୍ୟକାରୀ କରା ଯାଉଥିବାରୁ ଏହାର ବ୍ୟବହାର ସମ୍ବନ୍ଧରେ ମତଦାତାଙ୍କୁ ଅଧିକ ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ଜିଲାପାଳ କହିଥିଲେ। ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୭ଟି ଟିମ ରହିଥିବାବେଳେ ପ୍ରତ୍ୟେକ ଟିମ ଦିନକୁ ୩ଟି ରାଜସ୍ୱ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଜିଲ୍ଲାର ୫ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀର ସମ୍ବେଦନଶୀଳ ବୁଥ ସହ ସମସ୍ତ ରାଜସ୍ୱ ଗ୍ରାମରେ ଜନ ସାଧାରଣଙ୍କୁ ସଚେତନ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଅନ୍ୟ ପକ୍ଷରେ ରାଜନୈତିକ ଦଳର ଲୋକଙ୍କୁ ମଧ୍ୟ ଇଭିଏମ- ଭିଭିପାଟବ୍ୟବହାର ଉପରେ ଆସନ୍ତା ୧୦ ତାରିଖରୁ ବ୍ଲକ,  ଉପଖଣ୍ଡ ଓ ଜିଲ୍ଲାସ୍ତରରେ ତାଲିମ ନେବେ ଜିଲାପାଳ ସୂଚନା ଦେଇଥିଲେ। ସାମ୍ବାଦିକ ସମିଳନୀରେ ଭାରପ୍ରାପ୍ତ ନିର୍ବାଚନ ଅଧିକାରୀ ସବ୍ୟସାଚୀ ବେହେରା ଓ ପ୍ରଭାତୀ ମହାରଣା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.