Home କୋରାପୁଟ ମାନବାର ପଂଚାୟତରେ ପିଠା କାର୍ଯ୍ୟକ୍ରମରେ ଚଷମା ଓ ଏଲଇଡି ବଲବ ପ୍ରଦାନ

ମାନବାର ପଂଚାୟତରେ ପିଠା କାର୍ଯ୍ୟକ୍ରମରେ ଚଷମା ଓ ଏଲଇଡି ବଲବ ପ୍ରଦାନ

1402

କୋରାପସ୍ୱଙ୍କ ; ତା୧୯-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାର ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ,ସରପଂଚ ସୁନାମଣି ଜାନି , ସମିତି ସଭ୍ୟା ସମ୍ଭାରୀ ମାଝି , ବିଜେଡି ନେତା ରଘୁରାମ ମାଛ , ତ୍ରୀନାଥ ପାତିକା ,ଏ .କେ.ଦାସ ପ୍ରମୁଖ ଯୋଗଦେଇ ସରକାରୀ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥିତ ଲୋକମାନଙ୍କୁ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମ ଅବସରରରେ ୨୦ ଜଣ ବୃଦ୍ଧ/ବୃଦ୍ଧା ହିତାଧିକାରୀମାନଙ୍କୁ ଓ୮ ଜଣ ପିଲାଙ୍କୁ ଚଷମା , ୨୦୦ ଟି ଏଲଇଡି ବଲବ ଓ ୪୦ ଏସଏଚଜିକୁ ୧୫ ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ।ଲୋକମାନେ ଉସôାହ ସହକାରେ ବଲବ ନେଉଥିବା ନଜର କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ପିଇଓ ରାମନାଥ ପଣ୍ଡା ପରିଚାଳନା କରିଥବା ବେଳେ ସଦା ହିଆଲ ଓ ଶିକ୍ଷକ କାଳୁଚରଣ ଛୋଟରାୟ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ନବିନ ବାବୁଙ୍କ କାଳିଆ ଓ ପିଠା କାର୍ଯ୍ୟକ୍ରମ ଯୋଗୁଁ ଲୋକେ ସୁବିଧା ପାଇପାରୁଥିବା ଗ୍ରାମର ସଦା ହିଆଲ ପ୍ରକାଶ କରିଥିଲେ ।ନବିନ ବାବୁ ଭଲ କାମ କରୁଛି ଓ ଆମ୍ଭେ ଖୁସି ଅଛୁ ବୋଲି ଗ୍ରାମର ଇନ୍ଦୁବତୀ ବଡନାୟକ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.