Home ଓଡ଼ିଶା ମାଟି ଅତଡା ଖସି ଜାତୀୟ ରାଜପଥ ବନ୍ଦ

ମାଟି ଅତଡା ଖସି ଜାତୀୟ ରାଜପଥ ବନ୍ଦ

107

କୋରାପୁଟ ; ତା୧୮-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସୋମବାର ବିଳମ୍ବିତ ରାତିରେ ଆନ୍ଧ୍ର ପ୍ରଦେଶର ସାଲୁର ଘାଟିରେ ମାଟି ଅତଡା ଖସି ରାସ୍ତା ଜାମ୍ ହେବାରୁ ୨୬ ନଂ ଜାତୀୟ ରାଜପଥରେ ଗାଡି ଚଲାଚଳ ବନ୍ଦ ରହିଥିଲା। ଫଳରେ ଆନ୍ଧ୍ର ପ୍ରଦେଶ ଦେଇ ଭୁବନେଶ୍ୱର କଟକ, ବ୍ରହ୍ମପୁର, ବିଶାଖାପାଟଣା ଓ ବିଜୟନଗରରୁ ଓଡିଶା ଆସୁଥିବା ସମସ୍ତ ବସ୍ ଘାଟିରେ ଫସି ରହିଥିବାବେଳେ ହଜାର ହଜାର ଯାତ୍ରୀ ମାଓ ପ୍ରବଣ ଜଙ୍ଗଲ ରାସ୍ତାରେ ରାତି କଟେଇଥିଲେ। ସୋମବାର ରାତି ଗୋଟାଏରୁ ମଙ୍ଗଳବାର ସକାଳ ୮ଟା ଯାଏ ଗାଡି ଚଲାଚଲ ବନ୍ଦ ରହିଥିଲା। ଆଜି ସକାଳେ ସାଲୁର ପୁଲିସ ଘଟଣା ସ୍ଥଳରେ ପହଂଚି ମାଟି ହଟାଇବା ପରେ ଗାଡି ଚଲାଚଳ ସ୍ୱାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.