Home କୋରାପୁଟ ମାଛକୁଣ୍ଡ ପ୍ରଜେକ୍ଟ ଅନଏମ୍ପ୍ଲଏଡ ୟୁଥ୍ ଆସୋସିଏସନର ଧାରଣା

ମାଛକୁଣ୍ଡ ପ୍ରଜେକ୍ଟ ଅନଏମ୍ପ୍ଲଏଡ ୟୁଥ୍ ଆସୋସିଏସନର ଧାରଣା

136

କୋରାପୁଟ ; ତା୧୪-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)/ ୭ଦଫା ଦାବି ପୂରଣ ପାଇଁ ମାଛକୁଣ୍ଡ ଅନଏମ୍ପ୍ଲଏଡ ୟୁଥ୍ ଆସୋସିଏସନ ଜଳ ବିଦୟୁତ ପ୍ରକଳ୍ପ ଅଧୀକ୍ଷଣ ଯଂନ୍ତ୍ରୀ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଛନ୍ତି । ପ୍ରକଳ୍ପ କର୍ତୂପକ୍ଷଙ୍କ ନିକଟରେ ଅଂଚଲର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଏବଂ ବିକାଶ ପାଇଁ ବିଭିନ୍ନ ସମୟରେ ଦାବି କରିଥିଲେ ମଧ୍ୟ କେବଳ ପ୍ରତିଶୃତି ଦେଇ ଦିନ ଗଡେଇ ଚାଲୁଛନ୍ତି,ତେଣୁ ଦାବି ପୂରଣ ହେବା ଯାଏ ୟୁଥ୍ ଆସୋସିଏସନ ଧାରଣାରେ ବସିବ ବୋଲି ଚେତାବନୀ ଦିଆ ଯାଇଛି । ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଖାଲି ପଡିଥିବା ପଦବୀ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ନିୟମ ରହିଥିଲେ ମଧ୍ୟ କର୍ତୂପକ୍ଷ ତାହା କରୁନଥିବା,ପ୍ରଜେକ୍ଟ ହସ୍ପିଟାଲରେ ଡାକ୍ତର ନିଯୁକ୍ତି,ଗରିବ ଲୋକଙ୍କୁ ମାଗଣା ଔଷଧ ଓ ଆମ୍ବୁଲାନ୍ସ ସେବା,ମାଛକୁଣ୍ଡରୁ ଅନକାଡେଲି ରାସ୍ତାର ଉନ୍ନତି କରଣ,ପାନୀୟ ଜଳ ବ୍ୟବସ୍ଥା,ଅନକାଡେଲିରେ ମିନି ଷ୍ଟାଡିଅମ ନିର୍ମାଣ,ଅତିଥି ଭବନ ନିର୍ମାଣ,ଶୌଚାଳୟ ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ,ପାରିପାଶ୍ୱିକ ଉନ୍ନତି ପାଇଁ ଆସିଥିବା ଅନୁଦାନର ଅନିୟମିତତାର ତଦନ୍ତ କରିବାକୁ ଦାବି କରି ୟୁଥ୍ ଆସୋସିଏସନ ଧାରଣା ଦେଇଛି । ଏହି ଦାବି ଗୁଡିକ ସମ୍ପର୍କରେ ୨୦୧୭ରେ ଏକାଧିକ ବାର କର୍ତୂପକ୍ଷଙ୍କ ସହ ଆଲୋଚନା କରା ଯାଇଥିଲା,ସେତେବେଳେ ଦାବି ପୂରଣ ପାଇଁ ଅଧୀକ୍ଷଣ ଯଂନ୍ତ୍ରୀ ମାସେ ସମୟ ମାଗିଥିଲେ କିନ୍ତୁ ତିନିମାସ ପରେ ମଧ୍ୟ ପୂରଣ କରି ନଥିବାରୁ ୨୦୧୮ ମାର୍ଚ ୨୫ରୁ ଏପ୍ରିଲ ୮ ଯାଏ ପୁନର୍ବାର ଧାରଣା ଦିଆ ଯାଇଥିଲା । ସେତେବେଳେ କର୍ତୂପକ୍ଷ ପୁଣି ମାସେ ସମୟ ନେଇଥିଲେ ,ହେଲେ ଏହା ମଧ୍ୟରେ ୬ମାସ ବିତିଲାଣି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିବାରୁ ସଂଘ ପୁଣି ଆନେ୍ଦାଳନକୁ ଓହ୍ଲାଇଛି । ଅମର ପାଣିଗ୍ରାହି,ଉମେଶ ପାତ୍ର,ପ୍ରଶାନ୍ତ ଖରା,ମହମ୍ମଦ ଜମ୍ମାଲଉଦ୍ଦିନ,ସୁମି ବଡନାୟକ,ଦୁଲ୍ଲଭ ପରଜା,ମହେନ୍ଦ୍ର ଖରା,ସମୀର ଖରା ପ୍ରମୁଖ ଧାରଣାରେ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.