Home କୋରାପୁଟ ମାଓବାଦୀଙ୍କ ସହୀଦ ସପ୍ତାହ ଆରମ୍ଭ

ମାଓବାଦୀଙ୍କ ସହୀଦ ସପ୍ତାହ ଆରମ୍ଭ

136

କୋରାପୁଟ ୨୮-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ) ଶନିବାର ମଧ୍ୟରାତ୍ରୀରୁ ମାଓବାଦୀଙ୍କ ସହୀଦ ସପ୍ତାହ ଆରମ୍ଭ ହୋଇଛି। କୋରାପୁଟ-ଶ୍ରୀକାକୂଲମ ଡିଭିଜନାଲ କମିଟି ପକ୍ଷରୁ ଏହି ସହୀଦ ସପ୍ତାହ ପାଳନ କରାଯାଇଥାଏ। ସହୀଦ ସାଥୀମାନଙ୍କୁ ଶ୍ରଦ୍ଧାଂଜଳୀ ଜଣାଇବା ଉଦ୍ଦେଶ୍ୟରେ ଏହା ପାଳନ କରା ଯାଇଥାଏ। ସହୀଦ ସପ୍ତାହକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଓଡିଶା-ଆନ୍ଧ୍ର ଓ ଛତିଶଗଡ ସୀମାରେ ନାକାବନ୍ଦି କରା ଯାଇଥିବା ଜଣା ପଡିଛି। ସେହିପରି ଜିଲାର ପ୍ରମୁଖ ସହର ଗଡିକର ପ୍ରବେଶ ପଥରେ କଡାକଡା ଯାଂଚ କରା ଯାଉଥିବାବେଳେ ମାଓ ଅଧ୍ୟୁଷିତ ନାରାୟଣପାଟଣା, ବନ୍ଧୁଗାଁ, ପଟ୍ଟାଙ୍ଗି, ସୁଙ୍କି, ପାଡୁଆ, ଲମତାପୁଟ ଓ ବୈପାରିଗୁଡା ଅଂଚଳରେ ବିଏସଏଫ୍, କୋବ୍ରା ସହ ଏସଓଜି ମିଳିତ ଭାବେ କୁମ୍ବିଂ କରୁଥିବା ଏସପି ଡା.କେ.ଭି.ସିଂହ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ କୋରାପୁଟ ଜିଲାରୁ ମାଲକାନଗିରିକୁ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଥିବାବେଳେ ଜୟପୁରରୁ ରାୟଗଡା ଦେଇ ବ୍ରହ୍ମପୁର, ଭୁବନେଶ୍ୱର, କଟକ ଯାଉଥିବା ସମସ୍ତ ସରକାରୀ ବସ ଆନ୍ଧ୍ର ପ୍ରଦେଶର ଶ୍ରୀକାକୂଲମଦେଇ ଯାତାୟତ କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.