Home ଜିଲ୍ଲା ପରିକ୍ରମା ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ ଭଣ୍ଡୁର,ଅଳ୍ପକେ ବର୍ତିଲେ ବିଏସଏଫ ଯବାନ

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ ଭଣ୍ଡୁର,ଅଳ୍ପକେ ବର୍ତିଲେ ବିଏସଏଫ ଯବାନ

173

ମାଲକାନଗିରି/ ୮ା୧୧(ଓଡିଆ ପୁଅ  )  ଯବାନ ମାନଙ୍କୁ ଟାର୍ଗେଟକରି ମାଓବାଦୀ ମାନେ ପୋତିଥିବା ଲ୍ୟାଣ୍ଡମାନ କୁ ଉଦ୍ଧାର କରି ଯବାନ ମାନେ ନିସ୍କ୍ରୀୟ କରିଦେଇଛନ୍ତି । ଆଜି ସକାଳେ ମାଲକାନଗିରି ଜିଲ୍ଲାସ୍ଥ ଏମଭି୭୯ଥାନା ଅନ୍ତର୍ଗତ ଏମଭି୭୨ ବିଏସଏଫ କ୍ୟାମ୍ପରୁ ଯବାନ ମାନେ ରୁଟିନ ସର୍ଚ ଅପରେସନ ରେ ଯାଇଥିବା ବେଳେ ସେମାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏମଭି୧୨୬ ପୋଲତଳେ ଏକ ଲ୍ୟାଣ୍ଡମାଇନ ଫିଟକରି ରଖିଥିଲେ । ସେହି ପୋଲ ନିକଟରେ ପହଁଚିବା ଆଗରୁ ସାଥିରେ ଯାଇଥିବା ପୁଲିସ ସନ୍ଧାନୀ କୁକୁର ପୋଲତଳକୁ ଝାମ୍ପିପଡି ଗୋଡରେ ମାଟିଖୋଳିବା ଦେଖି ଯବାନ ମାନେ ସତର୍କହୋଇ ସେହି ସ୍ଥାନ ଖାନତଲାସି କରି ପୋଲତଳୁ ଏକ ଲ୍ୟାଣ୍ଡମାଇନ ଉଦ୍ଧାର କରିଥିଲେ । ଉଦ୍ଧାର ଲ୍ୟାଣ୍ଡମାଇନ ଟିକୁ ଯବାନ ମାନେ ଜଙ୍ଗଲରେ ବିସ୍ପୋଣକରି ନିସ୍କ୍ରୀୟ କରିଦେଇଛନ୍ତି । ସୁଚନା ଯୋଗ୍ୟ ଯେ ଏହି ପୋଲନିକଟରେ ଗତ ୨୦୦୮ମସିହାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ପୋରଣ ରେ ପୁଲିସର ଆଟିଂଲ୍ୟାଣ୍ଡ ମାଇନ ଗାଡି ଖଣ୍ଡବିଖଣ୍ଡିତ ହେବାସହିତ ସେଥିରେ ବସିଥିବା ପୁଲିସ ରିଜର୍ଭଇନିସପେକ୍ଟର ଙ୍କ ସହିତ ୧୭ଜଣ ଏସଓଜି ଯବାନ ସହିଦ ହୋଇଥିଲେ । ଆଜି ସନ୍ଧାନୀ କୁକୁର ପାଇଁ ଲ୍ୟଣ୍ଡମାଇନ ବିସ୍ପୋରଣରୁ ଅଳ୍ପକେ ବର୍ତିଗଲେ ଏହି ବିଏସଏଫ ଯବାନ ମାନେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.