Home ଓଡ଼ିଶା ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

43

ଘଟଗାଁ, ତା ୧୩ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଟିକିରା ଗ୍ରାମରେ ମହୁମାଛି ଆକ୍ରମଣର ଶିକାର ହୋଇ ଚାଲିଗଲା ବୃଦ୍ଧଙ୍କ ଜୀବନ । ମିଳିଥିବା ଖବର ଅନୁଯାୟୀ ଶୁକ୍ରବାର ଟିକିରା ଗ୍ରାମର ଶୁକଦେବ ନାୟକ ଓ ପୂର୍ବତନ ମେମ୍ବର ବଳିଆ ମହାରଣା ଗ୍ରାମ ନିକଟରେ ଧାନ ଅମଳ କରୁଥିଲେ । ସେହି ସମୟରେ ନିକଟରେ ଥିବା ଏକ ଶିମିଳି ଗଛରେ ବସା ବାନ୍ଧିଥିବା ମହୁଫେଣାକୁ ଚଢ଼େଇ ଖାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ନେଇ ଅଚାନକ ମହୁମାଛିମାନେ ଆକ୍ରମଣ କରିଥିଲେ । ସେହି ଆକ୍ରମଣର ଶିକାର ହୋଇ ବଳିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଶୁକଦେବ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମୃତ ବଳିଆ ଜଣେ ପରଉପକାରୀ ଭଲ ମଣିଷ ଥିବାରୁ ତାଙ୍କ ମୃତ୍ୟୁକୁ ନେଇ ସେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.