Home ଜିଲ୍ଲା ପରିକ୍ରମା ମହିଳା ସ୍ୱାସ୍ଥ୍ୟକର୍ମୀ ପଦବିରେ ନିଯୁକ୍ତି ଦାବିକରି ସ୍ଥାନୀୟ ତାଲିମପ୍ରାପ୍ତ ଏଏନଏମ ମାନେ ଜିଲ୍ଲାପାଳ ଓ ସିଡିଏମଙ୍କୁ...

ମହିଳା ସ୍ୱାସ୍ଥ୍ୟକର୍ମୀ ପଦବିରେ ନିଯୁକ୍ତି ଦାବିକରି ସ୍ଥାନୀୟ ତାଲିମପ୍ରାପ୍ତ ଏଏନଏମ ମାନେ ଜିଲ୍ଲାପାଳ ଓ ସିଡିଏମଙ୍କୁ ଦରଖାସ୍ତ ଦେଲେ

321

ମାଲକାନଗିରି, ୭।୧ (ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟବିଭାଗରେ ଖାଲିପଡିଥିବା ମହିଳାସ୍ୱାସ୍ଥ୍ୟକର୍ମୀ ପଦବୀରେ ସ୍ଥାନୀୟ ତାଲିମପ୍ରାପ୍ତ ଏଏନଏମ ମାନଙ୍କୁ ନିଯୁକ୍ତି ଦେବା ଦାବି କରିଛନ୍ତି ଛାତ୍ରୀ ମାନେ। ଆଜି ୨୦ରୁ ଉର୍ଦ୍ଦ ସ୍ଥାନୀୟ ତାଲିମପ୍ରାପ୍ତ ମହିଳାସ୍ୱାସ୍ଥ୍ୟକର୍ମୀ ମାନେ ମାଲକାନଗିରି ଜିଲ୍ଲାପାଳ ଙ୍କୁ ଦରଖାସ୍ତ ଦେବାସହ ସିଡିଏମଓ ଙ୍କ କାର୍ଯ୍ୟାଳୟକୁ ଆସି ସିଡିଏମଓ ଙ୍କୁ ନପାଇ ଜାତୀୟ ସ୍ୱାସ୍ଥ୍ୟମିଶନ ଜିଲ୍ଲା ପରିଚାଳକ(ଡିପିଏମ)ଙ୍କୁ ଭେଟି ସେମାନଙ୍କୁ ତୁରନ୍ତ ମହିଳାସ୍ୱାସ୍ଥ୍ୟକର୍ମୀ ପଦବିରେ ନିଯୁକ୍ତି ଦେବା ପାଇଁ ଦରଖାସ୍ତ ଦେଇଛନ୍ତି। ଯଦି ମହିଳା ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ ହୋଇଯାଇଛି, ତେବେ ନୁଆ ପଦବୀ ସୃଷ୍ଟି କରାଯାଉ ବୋଲି ସ୍ଥନୀୟ ତାଲିମ ପ୍ରାପ୍ତ ଏଏନଏମ ମାନେ ଦାବି କରିଥିଲେ। ଡିପିଏମ ସୁଦିପ୍ତ କେଶ ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦରଖାସ୍ତ ଗ୍ରହଣ କରି ସରକାରି ନୀତି ନିୟମ ଅନୁସାରେ ନିଯୁକ୍ତି ଦିଆଯିବ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ପ୍ରାୟ ମହିଳା ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ ହୋଇଯାଇଛି। ଅଳ୍ପ କିଛି ପଦବୀ ଖାଲି ଅଛି ସେହିପଦବି ପାଇଁ ଖୁବ ନିକଟରେ ଇଟଂରଭିୟୁ ହେବ, ସେଥିରେ ଆବେଦନ କରନ୍ତୁ ବୋଲି କିହି ସେମାନଙ୍କୁ ବୁଝାଇ ବିଦା କରିଦେଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.