Home ଆମ ସଂସ୍କୃତି, କଳା ଓ ଐତିହ୍ୟ ମହିଳା ଦିବସ ପାଳିଲା ମହିଳା ମୋର୍ଚ୍ଚା

ମହିଳା ଦିବସ ପାଳିଲା ମହିଳା ମୋର୍ଚ୍ଚା

124

ଭୁବନେଶ୍ୱର;୦୮,୦୩,୨୦୧୮(ଦେବଦତ୍ତ ରଥ):ଆଜି ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ।ପ୍ରଥମେ ଏହି ଦିବସଟି ଶ୍ରମଜୀବୀ ମହିଳା ଦିବସ ରୂପେ ପାଳିତ ହୋଇ ଆସୁଥିଲା।ପରେ ସମସ୍ତ ମହିଳାଙ୍କୁ ସମ୍ନାନ ଦେବା ଉଦ୍ଦେଶ୍ୟରେ ଏହାକୁ ମହିଳା ଦିବସ ରୂପେ ପାଳନ କରାଗଲା।ମହିଳା ମାନଙ୍କ ସାମାଜିକ,ନ୍ୟାୟିକ, ରାଜନୈତିକ ଆଦି କ୍ଷେତ୍ରରେ ସମାନତା ଆଣିବା ପାଇଁ ଏହି ଦିବସଟି ପାଳିତ ହେଉଛି।ଏହି ଉପଲକ୍ଷେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ମହିଳା ଦିବସ ପାଳିତ ହୋଇଯାଇଛି।ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକର୍ମରେ ରାଜ୍ୟ ମହିଳା ମୋର୍ଚ୍ଚା ପଦାଧିକାରୀଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା,ବିଭିର୍ଣ୍ଣ ଜିଲ୍ଲା ସଭାନେତ୍ରୀ,ସମ୍ପାଦିକା ଆଦି ଉପସ୍ଥିତ ଥିଲେ।ଏହି ଅବସରରେ ସଙ୍ଗଠନ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ନାନିତ କରିଥିଲା।ମହିଳାଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ମୋଦୀ ସରକାରଙ୍କ ଦ୍ୱାରା ସମର୍ପିତ ବେଟି ବଚାଓ ବେଟି ପଢ଼ାଓ,ଉଜ୍ଜଳା, ସୁକନ୍ୟା ସମୃଦ୍ଧି ଯୋଜନା, ମୋଦୀ କେୟାର, ଜନନୀ ସୁରକ୍ଷା ଯୋଜନା,ବିବାହ ସଗୁନ ଯୋଜନା ଆଦି ସମ୍ଵନ୍ଧରେ ସେଠାରେ ଆଲୋଚନା ହେଇଥିଲା।କାର୍ଯ୍ୟକର୍ମରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ, ମହେସ୍ୱତା ରାୟ ପ୍ରମୂଖ ଉପସ୍ଥିତ ଥିଲେ।ସେହିପରି ଯାଜପୁର ଜିଲ୍ଲାର ବଡଚଣା ଠାରେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅପରାଜିତା ମହାନ୍ତି,ମହେଶ୍ୱତା ରାୟ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲିକ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.