Home କୋରାପୁଟ ମହିଳାଙ୍କୁ ପୋଲିସର ମାଡ ଅଭିଯୋଗ ; ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଆସିବ –ଏସପି

ମହିଳାଙ୍କୁ ପୋଲିସର ମାଡ ଅଭିଯୋଗ ; ୩ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଆସିବ –ଏସପି

664

କୋରାପୁଟ ୨୧-୦୧-୧୯( ଓଡିଆ ପୁଅ /ରଂଜନ କୁମାର ଦାସ )କୋଟପାଡର ଜଣେ ମହିଳାଙ୍କୁ ପୋଲିସର ମାଡ ଅଭିଯୋଗରେ ପରିବାରବର୍ଗ ଏସପିଙ୍କୁ ସଂଧ୍ୟାରେ ଭେଟିଥିବା ଜଣାପଡିଛି।କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ ସମସ୍ତ ଅଭିଯୋଗ ଶୁଣଥିଲେ।ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସର୍ବାଧିକ ଅଗ୍ରାଧିକାର ଭିତିରେ ଆଜି ହିଁ ତଦନ୍ତ ଅଧିକାରୀ ନିଯୁକ୍ତ କରାଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସପି ଡାକ୍ତର ସିଂ ସୂଚନା ଦେଇଥିଲେ।ତଦନ୍ତ ରିପୋର୍ଟ ୩ ଦିନରେ ଆସିବ ଓ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ। ସୂଚନା ମୁତାବକ ଗତ ୧୧ ତାରିଖରେ କୋଟପାଡର ସନ୍ତୋଷ କୁମାର ଜେନାଙ୍କ ପଡୋଶୀ କାଳିଆ ସେଠୀଙ୍କ ଏକ ଉତ୍ସବରେ ଯୋଗଦେବାକୁ ସ୍ତ୍ରୀ ଲକ୍ଷ୍ମିପ୍ରୀୟା ଯାଇଥିଲେ।ସେହି ଉତ୍ସବରେ ଶ୍ରୀ ସେଠୀଙ୍କ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଚୋରୀ ହୋଇଯାଇଥିବା ନେଇ କୋଟପାଡ ଥାନାରେ ସେ ଏତଲା ଦେଇଥିଲେ ବୋଲି ଲକ୍ଷ୍ମିପ୍ରୀୟା ପ୍ରକାଶ କରିଥିଲେ।୨୦ ଜଣଙ୍କୁ ଥାନାକୁ ଡାକିଥିଲେ ଓ ୫ ଜଣଙ୍କୁ ସନ୍ଦେହରେ ରଖିଥିଲେ ବୋଲି ସେ ସୂଚନା ଦେଇଥିଲେ।୧୪ ତାରିଖ ଓ ୧୫ ତାରିଖ ଦିନ ଥାନାକୁ ସକାଳେ ଡାକି ରାତ୍ରୀ ୧୦ ଟାରେ ପୋଲିସ ଛାଡିଦେଉଥିବା ସେ ପ୍ରକାଶ କରିଥିଲେ।୧୭ ତାରିଖ ଦିନ ସକାଳଠାରୁ ଆରମ୍ଭ କରି ରାତ୍ରି ପର୍ଯ୍ୟନ୍ତ ଥାନା ଅଧିକାରୀ ହାତରେ ଓ ବାଡିରେ ମାଡ ମାରିବା ସହ ଟଣାଟଣି କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।ଥାନାର ଜନୈକ ଏଏସଆଇ ମଧ୍ୟ ମନ୍ଦ ବ୍ୟବହାର କରିଥିଲେ ବୋଲି ସେ ଆହୁରୀ ଅଭିଯୋଗ କରିଥିଲେ।ଥାନା ଅଧିକାରୀଙ୍କୁ ମୁଁ ଚୋରୀ କରିନାହିଁ ବୋଲି ଯେତେ ନେହୁରା କଲେ ବି ସେ ମାଡ ମାରୁଥିବା ସେ ଅଭିଯୋଗ କରିଥିଲେ।ମୁଁ ୧୭ ତାରିଖ ଦିନ ଘରେ ପହଂଚିବା ପରେ ସ୍ତ୍ରୀ ଘରେ ନ ଥିବା ଦେକିବାକୁ ପାଇଥିଲି ଓ ଥାନାକୁ ଯାଇ ଦେଖିଲି ଯେ ସ୍ତ୍ରୀ ଥାନାରେ ଅଛି ବୋଲି ସନ୍ତୋଷ ପ୍ରକାଶ କରିଥିଲେ।ଆମ୍ଭେ ଦୋଷ କରି ନାହୁଁ କହିବାରୁ ଲେଖିକରି ଦସ୍ତଖତ କର ବୋଲି ଥାନା ଅଧିକାରୀ କହିଥିଲେ ବୋଲି ସେ ସୂଚନା ଦେଇଥିଲେ।ତମେ ନିଜ ଇଛାରେ ନେଉଛି ବୋଲି ଲେଖ ବୋଲି କହିବା ସହ ଯଦି ନ ଲେଖିବ ତେବେ ଅନ୍ୟ କେସ କରି ଜେଲ ପଠେଇଦେବୁ କହିଥିଲେ ବୋଲି ସେ ଅଭିଯୋଗ କରିଥିଲେ। ମାଡଖାଇ ତାନାରୁ ଆସିଲା ପରେ ଚୋରୀ ହୋଇଯାଇଥିବା ସୁନା ଜିନିଷ ଆମ୍ଭ ବାଡିରୁ ବାହାରିଲା ବୋଲି କାଳିଆ ସେଠୀ କହିବା ପରେ ଆମ୍ଭେ ମାଡଖାଇ ଜିନିଷ ବାଡିରେ ରଖିଦେଲୁ ବୋଲି ସାହି ପଡିଶା ଆଲୋଚନା କରୁଥିବାରୁ ଚୋରୀ ନ କରି ଏହା ଆମ୍ଭର ସ୍ୱାଭିବାନ ଉପରେ କଳଙ୍କ ହୋଇଥିବା ସେ ପ୍ରକାଶ କରିଥିଲେ।ଆମକୁ ଉପଯୁକ୍ତ ନ୍ୟାୟ ପାଇବା ଆଶାରେ କୋରାପୁଟ ଏସପିଙ୍କୁ ଭେଟି ଅଭିଯୋଗ ଜଣେଇଲୁ ବୋଲି ସେ ପ୍ରକାଶ କରିଥିଲେ।ଆମ୍ଭେ ଏସପିଙ୍କଠାରୁ ନ୍ୟାୟ ପାଇବୁ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.