Home ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ

247

ମାଲକାନଗିରି,୨୦ା୬ (ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପି ଲକଡାଉନ ପରିସ୍ଥିତି ପାଇଁ କୋଭଡ୧୯ ନିୟମକୁ ମାନି ଶ୍ରୀ ଜଗନ୍ନାଥଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ନିରାଡମ୍ବର ସହକାରେ ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପାଳିତ ହୋଇ ଯାଇଛି । ଅଣସର ଘରେ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି,ଆଜି ଚତୁର୍ଧାମୂର୍ତି ଙ୍କୁ ଅଣସରଘରୁ ବାହର କରାଯାଇ ମନ୍ଦିରବେଢା ମଧ୍ୟରେ ନବ ଯୌବନ ଦର୍ଶନ ଓ ନେତ୍ରୋତ୍ସବ ପାଳିତ ହୋଇଯାଇଛି । ଆଜି ସକାଳେ ମାଲକାନଗିର ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥଙ୍କ ମନ୍ଦିର ରୁ ଠାକୁରଙ୍କୁ ବାହାରକୁ କଡାନ ଯାଇ ରତ୍ନସିଂହାସନ ତଳେ ସ୍ଥାପନ କରି କେବଳ ପୁଜକ,ସେବାୟତ,ଦଇତା ପତି ମାନେ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଚତୁଦ୍ଧ ର୍ାମୂର୍ତି ଙ୍କୁ ରିତିନିତି ଅନୁସାରେ ଶ୍ରୀବିଗ୍ରହ ଙ୍କୁ ସୁବାଷିତ ଜଳରେ ସ୍ନାନକରାଯାଇ ଧୁପ,ଦୀପ, ଯଜ୍ଞ,ଆଳତୀ ପରେ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା,କରୋନା ସଂକ୍ରମଣ ପାଇଁ ସବ ର୍ସାଧରଣ ଙ୍କୁ ନବଯୌବନ ଦର୍ଶନ ନିମନ୍ତେ ମନ୍ଦିର ବେଢା ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଥିଲା । ମୁଖ୍ୟପୂଜକ ବିନାୟକସତପଥି,କୃଷ୍ଣଚନ୍ଦ୍ର ନନ୍ଦ,ତ୍ରୀନାଥପାଢୀ, ବାଲାପଣ୍ଡା,ପ୍ରଫୁଲପଣ୍ଡା, ବ୍ରଜକିଶୋରପାଳ,ସନ୍ତୋଷ ନନ୍ଦ,ପ୍ରମୋଦ ପଣ୍ଡା,ବାବୁପାଳ,ଜଗବନ୍ଧୁପତ୍ରୀ,ଲକ୍ଷମ୍‌ିନାରାୟଣ ପାତ୍ର, ଲମ୍ବୋଧରପାତ୍ର,ସରୋଜ ପାତ୍ର,ସନ୍ତୋଷନନ୍ଦ,ପ୍ରମୁଖ ପୂଜକ ଓ ସେବାୟତ ମାନେ ଉପସ୍ଥିତ ରହି ଠାକୁରଙ୍କ ରିତି ନିତି ପୂଜା ବିଧି କରିଥିଲେ । ମନ୍ଦିର ପରିଷରରେ କିର୍ତନଦଳ ଙ୍କ ପକ୍ଷରୁ ସଂଙ୍କିର୍ତନ ଓ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା । ଠିକ ସେହିପରି କୋଭିଡ ନିୟମ ପାଳନ କରି ଅଳ୍ପସଂଖ୍ୟକ ସେବାୟତ ମାନଙ୍କୁ ନେଇ ମୋଟୁ,କାଲିମେଳା, ଏମଭି୭୯, ପଡିଆ,ମାଥିଲି, ଗୋବିନ୍ଦପାଲି, ବାଲିମେଳା,ଚିତ୍ରକୋଣ୍ଡା ଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପାଳିତ ହୋଇଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.