Home ଓଡ଼ିଶା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ମୃତ

60

ନୟାଗଡ଼, ୨୪ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖଣ୍ଡପଡ଼ା ଥାନା ଅନ୍ତର୍ଗତ ରାଜକିଆରୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବିଶେଷସୂତ୍ରରୁ ଯାହା ଖବର ମିଳିଛି ମୃତକ ହେଲେ ମଇର୍ଷିବିନ୍ଧା ଗ୍ରାମର ବିପିନ ପ୍ରଧାନ ଓ ଦୁଃଶାସନ ପ୍ରଧାନ। ଏକ ବାହାଘର କାର୍ଯ୍ୟରେ ମୋଟରସାଇକେଲରେ ବିପିନ ଓ ଦୁଃଶାସନ ଗୁଆ ଦେବାକୁ ଯାଉଥିଲାବେଳେ କେଉଁ ଅଜଣା ଗାଡ଼ି ସେମାନଙ୍କୁ ରାଜକିଆରୀ ଛକ ନିକଟରେ ଧକ୍କା ଦେଇ ଚାଲିଯାଇଥିଲା। ଦୁଇ ମୃତକ ସେଠାରେ ବହୁ ସମୟ ଧରି ପଡ଼ି ରହିଥିଲାବେଳେ ଦୁର୍ଘଟଣା ଘଟେଇ ଚାଲିଯାଇଥିବା ଗାଡ଼ିର ସନ୍ଧାନ ମିଳିପାରିନଥିଲା। ତେବେ ଖବର ଲେଖା ହେବାବେଳକୁ ପୁଲିସ ଅନୁସନ୍ଧାନ ଜାରି ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.