Home ଅନୁଗୁଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ପାଲଲହଡାରେ ବହୁ ପ୍ରକଳ୍ପ ଉଦଘାଟିତ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ପାଲଲହଡାରେ ବହୁ ପ୍ରକଳ୍ପ ଉଦଘାଟିତ

28

ପାଳଲହଡ଼ା,୧୪/0୨(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ):ଓଡିଶା ସରକାରଙ୍କ ପଞ୍ଚାୟତିରାଜ,ଗୃହ ନିର୍ମାଣ,ଆଇନ ଏବଂ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଦିନିକିଆ ପାଲଲହଡ଼ା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିଲେ I ମନ୍ତ୍ରୀ ଶ୍ରୀ ଜେନା ଶନିବାର ଅପରାହ୍ନ ପ୍ରାୟ ୧.୩୦ରେ ପାଳଲହଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖମାର ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟରେ ତିନି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ନୂତନ କୋଠାର ଶିଳାନ୍ୟାସ କରିଥିଲେ I ଖମାରର ବିଭିନ୍ନ ଅଞ୍ଚଳର ସହସ୍ରାଧିକ ଜନସାଧାରଣ ମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହିତ ମୂଖ୍ୟ ରାସ୍ତାରୁ କାର୍ଯ୍ୟକ୍ରମ ସ୍ଥାନକୁ ବାଣ ବାଜା ସହିତ ପାଛୋଟି ନେଇଥିଲେ I ଦିନ ପ୍ରାୟ ଅପରାହ୍ନ ୨.୩୦ରେ ପାଲଲହଡ଼ା ବ୍ଲକରେ ଥିବା ସର୍ବପୁରାତନ ଶରତଚନ୍ଦ୍ର କ୍ଲବର ପୁନରୁଦ୍ଧାର କାର୍ଯ୍ୟର ଶିଳାନ୍ୟାସ କରିଥିଲେ ପରେ ପରେ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ନିର୍ମିତ ହେବାକୁ ଥିବା ନୂତନ କୋଠା ଓ ବସଷ୍ଟାଣ୍ଡ ନିକଟରେ ଶୌଚାଳୟର ଶିଳାନ୍ୟାସ କରିଥିଲେ Iଅପରାହ୍ନରେ ପାଲଲହଡ଼ା ସଦର ମହକୁମାଠାରେ ଥିବା ମାଲ୍ୟଗିରି ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ନମପଶି ପଞ୍ଚାୟତ ଗସ୍ତରେ ଯାଇ ନୂତନ ଗ୍ରାମୀଣ ଉଦ୍ୟାନ ପାଇଁ ଶିଳାନ୍ୟାସ,ନୂତନ ମାର୍କେଟ ଗୃହ,ନୂତନ ପଞ୍ଚାୟତ ଅଫିସ ଏବଂ ମହିଳା ସଶକ୍ତିକରଣ ଗୃହର ଉଦଘାଟନ କରିଥିଲେI ଏହି ଅବସରରେ ବିଧାୟକ ମୁକେଶ ପାଲ,ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ରହି ମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହିତ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେIପାଲଲହଡ଼ା ସଦର ମହକୁମାକୁ ବହୁ ଶୀଘ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ ଭବରେ ଘୋଷାଣ କରିବା ପାଇଁ ସମସ୍ତ ପ୍ରକିୟା ଚାଲୁ ରହିଥିବା ମନ୍ତ୍ରୀ ସୂଚନା ଦେଇଥିଲେI ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସ୍ୱାଗତ୍ କରିବା ପାଇଁ ପାଲଲହଡ଼ାର ବିଭିନ୍ନ ଅଞ୍ଚଳରୁ ବିଜେଡି କର୍ମୀ ଯୋଗଦାନ କରିଥିଲେ I

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.