Home ଓଡ଼ିଶା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋଟିଆରେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ; ସମୀକ୍ଷା ପରେ ଉନ୍ନୟନ କାର୍ଯ୍ୟ...

ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋଟିଆରେ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ; ସମୀକ୍ଷା ପରେ ଉନ୍ନୟନ କାର୍ଯ୍ୟ ତ୍ୱରନ୍ୱିତ ପାଇଁ ନିର୍ଦ୍ଦେଶ

324

କୋରାପୁଟ;ତା୧୯-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ ଅଶୋକ ନାୟକ ଆଜି ବିବାଦୀୟ କୋଟିଆ ଅଂଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି। ବିବାଦୀୟ କୋଟିଆରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ମାଡକାର ରାସ୍ତା, କ୍ଲୋଷ୍ଟର ଗୃହ, ୧୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କୋଠା, ନେରେଡିବାଲସା ରାସ୍ତା କାମ ଓ ଡେଙ୍ଗିଣୀ ଏଲେଙ୍ଗାବାଲସା ଗ୍ରାମ ପରିଦର୍ଶର୍ନ କରିଥିଲେ। ସ୍ୱତନ୍ତ୍ର ସଚିବଙ୍କ ସହ କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର ମଧ୍ୟ ଗସ୍ତ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ ଓ ଜିଲା ପ୍ରସାସନ ସେମାନ ନିମନ୍ତେ ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଗିଡୁକ ଉପରେ ସୂଚନା େଇଥିଲେ। ସମସ୍ତ ଉନ୍ନୟନ ପ୍ରକଳ୍ପ ଦେଖିବା ପରେ ସ୍ୱତନ୍ତ୍ର ସଚିବ କାର୍ଯ୍ୟକୁ ତ୍ୱରାନ୍ୱୀତ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପଟ୍ଟାଙ୍ଗି ତହସିଲଦାର ଡଃ.ଅରୁଣ କୁମାର ଖଣ୍ଡା, ବିଡିଓ କରୁଣାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି କୋଟିଆ ଓଡିଶାର ବୋଲି ପୂର୍ବତନ ଜିଲାପାଳ ଗଦାଧର ପରିଡା କିଛି ଦିନ ପୂର୍ବେ ଏକ ସାମ୍ବାଦିକ ସମିଳନୀ କରି ଏକ ଜମି କିଣାବିକାର ଉଦାହରଣ ଗଣ ମାଧ୍ୟମକୁ ଦେଇଥିଲେ। ସ୍ରୀ ପରିଡାଙ୍କ ଯୁକ୍ତି ମୂତାବକ କୋଟିଆର ଡଙ୍ଗିଣୀ ଏଲେଙ୍ଗାବାଲସା ଗ୍ରାମର କଣ୍ଡାବାଲି ତାମନ ଦୋରା ବିଜୟନଗରମ୍ ଜିଲ୍ଲା ଚିନ୍ତାଲବାଲସା ଗ୍ରାମର ବିଡିକଲମ ଚିଙ୍ଗାନା ଦୋରାଙ୍କୁ ଜମି ବିକ୍ରୀ କରିଥିଲେ ଓ ଉକ୍ତ କିଣାବିକା ଜୟପୁରରେ ତା ୧୯୫୬ ଏପ୍ରିଲ୍ ୨୬ ତାରିଖରେ ପଞିକରଣ କରାଯାଇଥିଲା। ଏହି ପଂଜିକରଣ କୋଟିଆ ଓଡିଶାର ବୋଲି ପ୍ରମାଣିତ କରୁଥିବା ଶ୍ରୀ ପରିଡା ଯୁକ୍ତି ବଢିଥିଲେ। ଶ୍ରୀ ପରିଡା ଡେଙ୍ଗିଣୀ ଏଲେଙ୍ଗାବାଲସା ଓ ଚିନ୍ତାଲବାଲସା ଗ୍ରାମକୁ ଯାଇ ସେହି ସମୟରେ ଜମି ବିକ୍ରି କରିଥିବା ଏବଂ କିଣିଥିବା ପରିବାର ସହ ଆଲୋଚନା କରିଥିଲେ। ଡଙ୍ଗିଣୀ ଏଲେଙ୍ଗାବାଲସାରେ ୨୦ଟି ପରିବାର ଓ ଚିନ୍ତାଲବାଲସା ଗ୍ରାମରେ ୪୦ଟି ପରିବାର ବାସ କରୁଥିବାବେଳେ ଦୁଇ ଗ୍ରାମବାସୀ ଉଭୟ ଓଡିଶା ଓ ଆନ୍ଧ୍ର ସରକାରର ଫାଇଦା ନେଉଥିବା ଜଣା ପଡିଛି। ତେବେ ସୀମା ବିବାଦକୁ ଯୋଗୁଁ ଦୁଇ ଗ୍ରାମର ଅଧିବାସୀ ଏଯାଏ କୌଣସି ରାଜ୍ୟ ସରକାର ଠାରୁ ଜମି ପଟ୍ଟା ପାଇନଥିବା ସେ ସୂଚନା ଦେଇଥିଲେ। ଏହି ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ହେବା ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ ଯନ୍ତ୍ରୀ ବିଜୟ କୁମାର ନନ୍ଦ, ସାମଜସେବୀ ରଞିତ ପାଙ୍ଗୀ, ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ଟି .ଖମେୁଣ୍ଡୁ ଓ ବିଭାଗୀୟ ଅଧିକାରୀମାନେ ବିବାଦୀୟ କୋଟିଆ ଗସ୍ତ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.