Home ଓଡ଼ିଶା ମନରେଗା ଦୁର୍ନିତି ! ଗାଙ୍ଗରାଜପୁରରେ ରାସ୍ତାକାମ ନ କରି ଟଙ୍କା ହଡପ କରିଥିବା ଅଭିଯୋଗ

ମନରେଗା ଦୁର୍ନିତି ! ଗାଙ୍ଗରାଜପୁରରେ ରାସ୍ତାକାମ ନ କରି ଟଙ୍କା ହଡପ କରିଥିବା ଅଭିଯୋଗ

338

କୋରାପୁଟ ୦୨-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)ମହାତ୍ମାଗାନ୍ଧି ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ଦୁର୍ନିତି ହେଉଥିବା ଆଲୋଚନା ହେଉଥିବା ବେଳେ ଏବେ ଦୁର୍ନିତି ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଯୋଜନାରେ କେବଳ ଶ୍ରମିକ ହିଁ କାମ କରିବେ ଓ ଦାଦନ ଶ୍ରମିକ ସଂଖ୍ୟା ହ୍ରାସ ପାଇବା ନେଇ ଯୋଜନା ଆରମ୍ଭ କରାଯାଇଥିବା ବେଳେ କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକରେ ଏହାର ବିପରୀତ କାମ ହେଉଥିବା ନଜର କରାଯାଇଛି।ମେସିନ ଲଗାଇ କାମ କରାଯାଉଥିବା ଓ ରାସ୍ତାକାମ ନ କରି ଟଙ୍କା ହଡପ କରାଯାଇଥିବା ସାଂଘାତିକ ଅଭିଯୋଗ ଆସିଛି।

ପଟ୍ଟାଙ୍ଗୀ ବ୍ଲକର ଗାଙ୍ଗରାଜପୁର ପଂଚାୟତରେ ଗାଙ୍ଗରାଜପୁରଠାରୁ ଚିନ୍ତାଲଗୁଡା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ନିମନ୍ତେ ୫ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା।ରାସ୍ତା କାମ ନ ହୋଇ ୫୪ ଟି ଡିମାଣ୍ଡ କାଟି ୪୪ ଜଣ ଶ୍ରମିକଙ୍କ ପାସବୁକକୁ ୮୭ ହଜାର ୩୬୦ ଟଙ୍କା ଯାଇଥିବା ନେଇ ସୁରେନ୍ଦ୍ର କୁଲଦୀପ, ସନ୍ଦିପ ବାରିକ, ରାଜେନ୍ଦ୍ର କୁଲଦୀପ, ସୁବାସ ବାଙ୍କା ପ୍ରମୁଖ ଗ୍ରାମବାସୀ ଜାଣିପାରିଥିଲେ।ଉକ୍ତ ପ୍ରକଳ୍ପର ଗ୍ରାମସାଥୀ ରାମ ଖିଲ ଶ୍ରମିକମାନଙ୍କୁ ବ୍ୟାଙ୍କକୁ ଡାକି ଅର୍ଥ ହଡପ କରିଥିବା ସେମାନେ ଅଭିଯୋଗ କରିଥିଲେ।ଏହା ଜଣାପଡିବା ଗ୍ରାମବାସୀ କାର୍ଯ୍ୟାଳୟକୁ ଜଣାଇବା ପରେ କାମ ନ ହୋଇଥିବା ଯୋଗୁଁ କିପରି କାମ କରାଯିବ ସେଥି ନିମନ୍ତେ ଗ୍ରାମସାଥି ଗତକାଲି ରାତ୍ରୀ ୧୦ ଘ. ସମୟରେ ଜେସିବି ମେସିନ ଲଗାଇ ରାସ୍ତାକାମ କରିଥିଲେ ଓ ଗ୍ରାମବାସୀ ଜାଣିବା ପରେ ୧୨ ଘ .ସମୟରେ କାମ ବନ୍ଦ କରିବାକୁ କହିଥିଲେ।ଏହି ବିଷୟରେ ପଂଚାୟତ ସମିତି କାର୍ଯ୍ୟାଳୟକୁ ଜଣାଇବା ପରେ ବିଡିଓ କରୁଣାକର ପ୍ରଧାନ ଘଟଣାସ୍ଥଳକୁ ଯାଇ ତଦାରଖ କରିଥିଲେ।ଆଜି ପୂର୍ବାହ୍ନରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ସାକ୍ଷାତ କରି ଅଭିଯୋଗପତ୍ର ଦେଇ କାର୍ଯ୍ୟାନୁଷ୍ଠାନ ନେଇ ହଡପ ଅର୍ଥକୁ ଫେରସ୍ତ ଆଣିବାକୁ ଦାବି କରିଥିଲେ।ଏକ ସପ୍ତାହ ମଧ୍ୟରେ ତଦନ୍ତ ଶେଷ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏମ .ଏ.ଆଖତାରଙ୍କୁ ପଚାରିବାରୁ ଅଭିଯୋଗପତ୍ର ମିଳିଲା ପରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।କାମ ହୋଇ ନ ଥିବା ବେଳେ କନିଷ୍ଠ ଯନ୍ତ୍ରୀ କିପରି ମାପଚୁପ କଲେ ତାହା ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ବ୍ଲକର ଏପିଓ ଓ ପଂଚାୟତର ପିଇଓଙ୍କ ଭୂମିକାକୁ ନେଇ ଗ୍ରାମବାସୀମାନେ ସନ୍ଦେହ ପ୍ରକଟ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.