Home ଜିଲ୍ଲା ପରିକ୍ରମା ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ନିଆଯାଉ

ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ନିଆଯାଉ

95

ନୟାଗଡ଼, ୨୧ା୩: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ବିଦ୍ୟାଳୟମାନଙ୍କରେ ପିଲାମାନଙ୍କୁ ପାଠ ପଢା ପ୍ରତି ଆଗ୍ରହ ଏବଂ ବିଦ୍ୟାଳୟଭିମୂଖୀ କରାଇବା ଲକ୍ଷ୍ୟରେ ସରକାର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି। ଏହି ପରିପ୍ରେକ୍ଷିରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ରନ୍ଧାଖାଦ୍ୟ ଦିଆଯାଉଛି। ଅନେକ ସମୟରେ ନିମ୍ନମାନର ବିଷାକ୍ତ ଖାଦ୍ୟ ଖାଇ ବହୁ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅଭିଯୋଗ ହେଉଛି। ମଧ୍ୟାହ୍ନ ଭୋଜନରେ କେତେବେଳେ ବୁଢିଆଣୀ, କେତେବେଳେ ସାପ, କେତେବେଳେ ବିଛା ପଡ଼ି ଖାଦ୍ୟ ବିଷାକ୍ତ ହୋଇପଡ଼ୁଥିବା ଓ ତାକୁ ଖାଇ ଛାତ୍ରଛାତ୍ରୀମାନେ ଅସୁସ୍ଥା ହେବା ଅଭିଭାବକ ମହଲରୁ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏପରିକି ଏହି ରନ୍ଧାଖାଦ୍ୟର ନମୂନା ସଂଗ୍ରହ କରି ପିଲାମାନଙ୍କ ପାଇଁ ଏହା ନିରାପଦ ନୁହେଁ ବୋଲି ବିଭିନ୍ନ ତଦନ୍ତକାରୀ ଦଳ ମଧ୍ୟ କହିଛନ୍ତି। ଫଳରେ ମଧ୍ୟାହ୍ନ ଭୋଜନରେ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାର ଲକ୍ଷ୍ୟ ରଖି ଦିଆଯାଉଥିବା ରନ୍ଧାଖାଦ୍ୟ ପରିବେଷଣ ବିଫଳତା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକଟ କରାଯାଇଛି। ସରକାର ଛାତ୍ରଛାତ୍ରୀମାନଙ୍କୁ ପୃଷ୍ଟିକର ଖାଦ୍ୟରେ ଯେଉଁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି ତାକୁ ପରିହାର କରି ଅନ୍ୟକିଛି ବିକଳ୍ପ ବଷୟ ଚିନ୍ତା କରନ୍ତୁ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି। ବିସ୍କୁଟ, ପାଉଁରୁଟି, ଅମୁଲ ଗୁଣ୍ଡ, ଦୁଗ୍ଧ, ଫଳ ବା ସିଝା ଅଣ୍ଡା ଦେଲେ ଛାତ୍ରଛାତ୍ରୀମାନେ ବହୁତ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି। ମଧ୍ୟାହ୍ନ ଭୋଜନର ଏପରି କିଛି ବିକଳ୍ପ କଲେ ଶିକ୍ଷାଦାନର ମାନ ବଢିବା ସହ ବହୁ ଦୁର୍ନୀତି ଓ ଅନିୟମିତତାର ଅବସାନ ଘଟି ପାରିବ ବୋଲି ବହୁ ବୁଦ୍ଧିଜୀବୀ ଆଶା ପ୍ରକଟ କରିଛନ୍ତି। (ଫ୍ରତିକାତ୍ମକ ଫଟୋ)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.