Home ଓଡ଼ିଶା ମଦ ବିରୋଧୀ ଲୋକଙ୍କ ଲଙ୍କାକାଣ୍ଡ

ମଦ ବିରୋଧୀ ଲୋକଙ୍କ ଲଙ୍କାକାଣ୍ଡ

399

ବ୍ରହ୍ମପୁର: ୧୭/୧୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଶେରଗଡ ବ୍ଳକ ଅନ୍ତର୍ଗତ ହିଞ୍ଜିଳିକାଟୁ ନିକଟସ୍ଥ ପିତଳ ଗ୍ରାମ ପାକିଡି ରୋଡ କଡରେ ଥିବା ସରକାରୀ ସୀକୃତି ପ୍ରାପ୍ତ ଦେଶି ମଦ ଭାଟିକୁ ଆଜି ସକାଳେ ଚଷା ପିତଳ, ପିତଳ ଓ ପାକିଡି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମିଶି ମଦ ଭାଟି ଭାଙ୍ଗିବା ସହ ପୋଡାଜଳା କରିଛନ୍ତି। ସଂପୃକ୍ତ ଗ୍ରାମରେ କିଛି ଅସୁବିଧା ହେତୁ ପ୍ରଶାସନକୁ ବାରମ୍ବାର ମଦ ଭାଟି ବନ୍ଦ ନିମନ୍ତେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବାରୁ ବିଶେଷ କରି ମହିଳାମାନେ ମଦ ଭାଟି ବନ୍ଦ ନିମନ୍ତେ ଆଜି ଚରମ ପଦକ୍ଷେପ ନେଇଥିଲେ। ଆଖପାଖ ଗ୍ରାମର ଶହେରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ମିଶି ପ୍ରଥମେ ମଦ ଭାଟି ଭିତରେ ପଶି ଦେଶୀ ମଦ ପାଉଚ ଗୁଡିକୁ ନଷ୍ଟ କରିଥିଲେ। ଭାଟି ଭାଙ୍ଗିବା ସହ ଭାଟି ମଧ୍ୟରେ ଥିବା ସହସ୍ରାଧିକ ଡ୍ରମ ଗୁଡିକୁ ଭାଙ୍ଗି ପିତଳ ଓ ପାକିଡି ରାସ୍ତା ଅବରୋଧ କରି ନିଆଁ ଲଗାଇଥିଲେ। ବହୁ ଦିନର ଆକ୍ରୋଶ ଆଜି ମହିଳା ମାନଙ୍କ ମଧ୍ୟରେ ଦେଖାଦେଇଥିଲା। ସରକାରୀ ମଦ ବିରୋଧି ନାରା ଦେଇ ରାସ୍ତା ଅବରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.