Home ଓଡ଼ିଶା ମଙ୍ଗୁଳି ଜେନା ହତ୍ୟାକାଣ୍ଡ ଅଂଚଳର ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଏବଂ ସିସିଟିଭି କ୍ୟାମେରା...

ମଙ୍ଗୁଳି ଜେନା ହତ୍ୟାକାଣ୍ଡ ଅଂଚଳର ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଏବଂ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି କଲା ବିଜେପି

542

ଭୁବନେଶ୍ୱର, ୨୦/୦୪ (ଓଡ଼ିଆ ପୁଅ) : ବିଜେପିର ମଣ୍ଡଳ ସଭାପତି ସ୍ୱଗର୍ତ ମଙ୍ଗୁଳି ଜେନାଙ୍କୁ ବିଜେଡି ଦଳର ଗୁଣ୍ଡା ମାନେ ହତ୍ୟା କରିଥିଲେ। ଖୋର୍ଧା ନିର୍ବାଚନ ମଣ୍ଡଳିର ୧୫୯, ୧୬୦ ଏବଂ ୧୬୧ ବୁଥ ଅଂଚଳରେ ହତ୍ୟାକାଣ୍ଡ ପରର ସ୍ଥିତି ସମ୍ପୃର୍ଣ୍ଣ ଭୟର ବାତାବରଣ ଅଛି। ତାର ତାଲିକା ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ପକ୍ଷରୁ ଦିଆଯାଇଛି। ସେହି ବୁଥ ମାନଙ୍କରେ ବିଜେଡି ଦଳ ଦାଦା ଗିରି ଦେଖାଇ ସଂପୂର୍ଣ୍ଣ ଭାବେ ଭୋଟ ପ୍ରକିୟାକୁ ପ୍ରଭାବିତ କରିବାର ଆଶଙ୍କା ଅଛି। ଶାସକ ଦଳ ଦ୍ୱାରା ବୁଥ ର୍ୟାଗିଙ୍ଗ ସହ ବୁଥ କ୍ୟାପଚରିଙ୍ଗର ସମ୍ଭାବନା ଅଛି। ଏହାକୁ ରୋକିବା ପାଇଁ କେନ୍ଦ୍ରୀୟ ସୁରକ୍ଷାବଳକୁ ଏହି ବୁଥ୍ ଗୁଡିକରେ ମୁତୟନ କରାଯାଉ ଏବଂ ସିସିଟିଭି କ୍ୟାମେରା ଲଗାଯାଉ ବୋଲି ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ଦାବି କରିଛି।

ରାଜ୍ୟରେ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ସହ ଏହି ବୁଥମାନଙ୍କରେ ସିସିଟିଭି କ୍ୟାମେରା ଲଗାଯାଇ ଭିଡିଓଗ୍ ୍ରାଫି ମାଧ୍ୟମରେ ରେକର୍ଡ କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ନିର୍ବାଚନ ପ୍ରକୋଷ୍ଠର ଆବାହକ ଶ୍ରୀ ରବିଶଙ୍କର ପଟ୍ଟନାୟକ ଏବଂ ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.