Home ଜିଲ୍ଲା ପରିକ୍ରମା ଭିନ୍ନଶୈଳୀରେ ମାଲକାନଗିରିରେ ମା ବିଦ୍ୟାଦାତ୍ରୀ ସରସ୍ୱତୀପୂଜା

ଭିନ୍ନଶୈଳୀରେ ମାଲକାନଗିରିରେ ମା ବିଦ୍ୟାଦାତ୍ରୀ ସରସ୍ୱତୀପୂଜା

264

ମାଲକାନଗିରି,୧୦ା୨(ଓଡିଆ ପୁଅ )  ମା ବାଗଦେବୀ ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ପୂଜାରେ ସମଗ୍ର ମାଲକାନଗିରି ଜିଲ୍ଲା ର ବିଭିନ୍ନ ଶିକ୍ଷା ଅନୁଷ୍ଟାନ ସହିତ ସରକାରି ଓ ବେସରକାରି ଅନୁଷ୍ଟାନ ଗୁଡିକରେ ଉତ୍ସବ ମୁଖର ହୋଇଥିବାବେଳେ ମାଲକାନଗିରି ସରକାରି କନିଷ୍ଟ ବିଜ୍ଞାନ ମହାବିଦ୍ୟାଳୟ ରେ ଭିନ୍ନ ଶୈଳୀରେ ବିଶ୍ୱପ୍ରଶିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସଦୃଶ୍ୟ ମଣ୍ଡପରେ ମା ସରସ୍ୱତୀଙ୍କୁ ରଖାଯାଇ ପୁଜା କରିଛନ୍ତି ଛାତ୍ର ଛାତ୍ରୀମାନେ । ମାଲକାନଗିରି ନବପ୍ରଭାତ ର ଅନାଥ ଛାତ୍ର ଛାତ୍ରୀ ମାନେ ମଧ୍ୟ ଜଙ୍ଗଲସୁରକ୍ଷାର ବାର୍ତାଦେଇ  ଭିନ୍ନଶୈଳିରେ ମା ସରସ୍ୱତୀ ଙ୍କ ପୂଜାପାଳନ କରିଛନ୍ତି । ଆଉକିଛି ସ୍ଥାନରେ ଛାତ୍ର ଛାତ୍ରୀ ମାନେ ମା ସରସ୍ୱତୀଙ୍କ ପ୍ରତିମୂର୍ତୀ ପ୍ରତିଷ୍ଟାକରି ବିଧିମୁତାବକ ପୂଜାଅର୍ଚନା କରିବାସହିତ ଆଉ ଏକ ଭିନ୍ନତାକୁ ଯୋଡି ଦେଇଥିଲେ । ମାଲକାନଗିରି ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ପ୍ରତିଦିନ ଏଠାରେ ହିଂସାକାଣ୍ଡ ହୋଇଥାଏ, ତେଣୁ  ଛାତ୍ରୀ ସଚେତନତା ଉଦେଶ୍ୟରେ ସରସ୍ୱତୀଙ୍କ ମେଢ ନିକଟରେ ହିଂସାବନ୍ଦକର ବୋଲି ପ୍ରତିଛବି ସହିତ ନିକଟରେ ଜଙ୍ଗଲ ସୁରକ୍ଷା ପଶୁ ପକ୍ଷୀଙ୍କୁ ରକ୍ଷା,ଜୀବେ ଦୟା ସଂପର୍କରେ ମେଢତିଆରି କରିଥିଲେ । ।ଏହିକୁ ଦେଖିବା ପାଇଁ ଦର୍ଶକ ମାନଙ୍କର ଭିଡ ଲାଗିଥିଲା । ସରସ୍ୱତୀ ପୂଜା ଅବସରରେ ଘଡେଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବିଧିମୁତାବକ  ମା ସରସ୍ୱତୀଙ୍କ ପୁଜା ସହ ବିଶ୍ୱଶାନ୍ତି ନିମନ୍ତେ ଏକ ବଡ ଧରଣ ହୋମ ଯଜ୍ଞର ଆୟୋଜନକରା ଯାଇଥିଲା । ଏହି ଯଜ୍ଞରେ ମହା ବିଦ୍ୟାଳୟର ସମସ୍ଥ ଛାତ୍ର ଛାତ୍ରୀ ଙ୍କ ସହିତ ଅଭିଭାବକ ଅଧ୍ୟାପକ ମାନେ ଯୋଗଦେଇଥିଲେ । ଅନୁରୁପ ଓମ୍ ଭୂ ର୍ବୁସ୍ୱ ବିଜ୍ଞାନମହାବିଦ୍ୟାଳୟ, ସରାକାରି ହାଇସ୍କୁଲ,ବାଳିକାବିଦ୍ୟାଳୟ, ମଡର୍ନ ଇଂରାଜି ବିଦ୍ୟାଳୟ,ସେଟଂ ଜାଭିୟର ହାଇସ୍କୁଲ,ମାଲକାନଗିରି କଲେଜ, ନବୋଦୟବିଦ୍ୟାଳୟ, ସତ୍ୟନାରାୟଣ ବିଜ୍ଞାନ ମହାବିଦ୍ୟାଳୟ ଓ ଜିଏନଏମ କଲେଜ,ସରକାରି ଉଚ୍ଚବାଳିକା ବିଦ୍ୟାଳୟ,ସରକାରି ବାଳକ ଉଚ୍ଚବିଦ୍ୟାଳୟ,ମାଲ୍ୟବନ୍ତ ,ସପ୍ତଧାରା,ଗୁରୁପ୍ରିୟା ,ଲକ୍ଷ୍ମଣନାୟକ ହଷ୍ଟେଲ ସହ ବିଭିନ୍ନ ବିଦ୍ୟାଳୟରେ ଆଡମ୍ବର ସହକାରେ ମା ସରସ୍ୱତୀଙ୍କ ପୂଜା ପାଳିତ ହୋଇ ଯାଇଛି । ବିଶେଷ କରି ଛତିଶଗଡ ସୀମାନ୍ତ ତଣ୍ଡିକି ଗ୍ରାମପଚାଂୟତ ବୁରୁଦି ଠାରେ ଥିବା ଉନ୍ନୀତ ଉଚବିଦ୍ୟାଳୟରେ ମା ସରସ୍ୱତୀ ଙ୍କ ପୂଜା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ବିଭିନ୍ନ ବିଦୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନୂଆ ପୋଷାକ ପରିଧାନ କରି ବିଭିନ୍ନ ସ୍ଥାନରେ ହୋଇଥିବା ମା ବାଗଦେବୀ ସରସ୍ୱତୀ ଙ୍କ ପୂଜା ବୁଲିଦେଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.