Home ଓଡ଼ିଶା ଭିଜିଲାନ୍ସ ଜାଲରେ ଅଡିଟ ଅଫିସର,୭ଲକ୍ଷ୨୯ ହଜାର ଟଙ୍କା ସହିତ ଗିରଫ

ଭିଜିଲାନ୍ସ ଜାଲରେ ଅଡିଟ ଅଫିସର,୭ଲକ୍ଷ୨୯ ହଜାର ଟଙ୍କା ସହିତ ଗିରଫ

119

ମାଲକାନଗିରି,୮ା୧୨ (ଓଡିଆ ପୁଅ)  ବାଡ ଯଦି ଖେତ ଖାଇବ ଚାଷୀକଣ କରିବ, ବିଭିନ୍ନ ସରକାରି କାର୍ଯ୍ୟାଳୟ ମାନଙ୍କରେ ସରକାରଙ୍କ ଉନ୍ନୟନ ଅର୍ଥ ଠିକ ଭାବେ ବିନିଯୋଗ ହୋଇଛି କି ନାହିଁ ,କେଉଁଠି ଦୁର୍ନିତି ହୋଇଛି ତାର ହିସାବ କରି ବିଭାଗୀୟ ସଚିବ ଙ୍କୁ ଅଡିଟ ରିପୋର୍ଟ ଦେଇଥାନ୍ତି ଅଡିଟ ଅଫିସର ମାନେ,ହେଲେ ଆଜି ଏମିତି ଏକ ଘଟଣା ଘଟିଛି ଯହା ଜିଲ୍ଲାବାସୀଙ୍କ ମନରେ ସରକାରୀ ବିଭାଗୀୟ ଅଧିକାରି ମାନଙ୍କ ଉପରୁ ଆସ୍ଥାତୁଟି ଯାଇଛି । ଖୋଦ ଅଡିଟ ଅଫିସର ନିଜେ ଦୁର୍ନିତୀକରି ଅର୍ଥରୋଜଗାର କରିବା ଓ ଭିଜିଲାନ୍ସ ଜାଲରେ ପଡି ଗିରଫ ହେବାଘଟଣା ଆଜି ମାଲକାନଗିରି ଜିଲ୍ଲାରେ ମୁଖ୍ୟଚର୍ଚାର ବିଷୟ ପାଲଟିଛି । ଭୁବନେଶ୍ୱର ଠାରୁ ଆସିଥିବା ଅନୁସୁଚିତ ଜାତି ଜନ ଜାତି ବିଭାଗର ଅଡିଟର ଆର୍ତବନ୍ଧୁ ରାଉତ ଗତ ମାସେ ହେଲା ନବରଙ୍ଗପୁର, କୋରାପୁଟ ଜିଲ୍ଲାରେ ଅଡିଟ ସାରି ମାଲକାନଗିରି ଜିଲ୍ଲାରେ ଥିବା ଆଇଟିଡିଏ, ଜିଲ୍ଲାମଙ୍ଗଳ ବିଭାଗ କାର୍ଯ୍ୟାଳୟ ଗୁଡିକରେ  ରେ ଅଡିଟ ଚଳାଇଥିଲେ । ମାଲକାନଗିରି ଜିଲ୍ଲା ଆଇଟିଡିଏ ଅଫିସରେ ଅଡିଟ କାମ ସାରି ଆଜି ଭୋରୁ ଭୁବନେଶ୍ୱର ଅଭିମୁଖେ ଯିବାପାଇଁ ବାହାରି ଥିଲେ । ଅଡିଟ ଅଫିସର ଲକ୍ଷାଧିକ ଟଙ୍କା ଧରି ଭୁବନେଶ୍ୱ ପଳାଉଛନ୍ତି ବୋଲି ଦୁର୍ନିତୀନିବାରଣ ଭିଭାଗ ବିଶ୍ୱସ୍ତସୁତ୍ରରୁ ଖବର ପାଇ ଜୟପୁର ଭିଜିଲାନ୍ସ ଏସପି ହରେକୃଷ୍ଣ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ଡିଏସପି ହେନେରୀ କୁଲୁ,ଡିଏସପି ଏସ.କେ.ବିଶ୍ୱାଳ, ଇନିସ୍ପେକ୍ଟର ଶରତଚନ୍ଦ୍ରସାହୁ ଓ ଦୁର୍ନିତିନୀବାରଣ ବିଭାଗ କର୍ମଚାରି ମାନେ ଆର୍ତବନ୍ଧୁଙ୍କୁ ମାଲକାନଗିରି ଠାରୁ ପିଛାକରିଥିଲେ । ସେ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ଆଜି ସକାଳ ୫ଟାରେ ଗୁପ୍ତାବସ ରେ ଜୟପୁର କୁ ଯାଉଥିବା ସମୟରେ ତାଙ୍କୁ ଜୟପୁର ନିକଟ ଟାଙ୍କୁଆ ଛକଠାରେ ଭିଜିଲାନ୍ସ ଅଧିକାରୀ ମାନେ ଧରିଥିଲେ । ତାଙ୍କନିକଟରୁ ଏକ ଏୟାରବ୍ୟାଗ ଟିଏ ମିଳିଥିଲା, ସେ ବ୍ୟାଗ ତଲାସି କରିବାରୁ ସେଥିରୁ ୧୪ବଣ୍ଡଲ ଟଙ୍କା ପାଇଥିଲେ, ଅଡିଟର ଙ୍କୁ ଜୟପୁର ଭିଜିଲାନ୍ସ ଏସପି ଙ୍କ କାର୍ଯ୍ୟାଳୟକୁ ନେଇ ସେ ଟଙ୍କା ଗଣାଯାଇଥିଲା । ଟଙ୍କା ବିଡା ଗଣିବାରୁ ସେଥିରେ ୭ଲକ୍ଷ୨୯ହଜାର ଟଙ୍କା ଥିଲା । ଏତେ ଗୁଡିଏ ଟଙ୍କା ସେ କେଉଁଠୁ ପାଇଲେ ବୋଲି ସଠିକ ପ୍ରମାଣ ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଆୟବର୍ହିଭୁତ ସମ୍ପତି ଥାଇ ପାରେ ସନ୍ଦେହରେ ଅଡିଟର ଆର୍ତବନ୍ଧୁ ରାଉତଙ୍କ ନିଜ ଘର ଆଳିଗ୍ରାମରେ  ଓ ତାଙ୍କ ନୁଆଘର ଭୁବନେଶ୍ୱର ଠାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଏକା ସାଙ୍ଗରେ ଚଢାଉ ଜାରିରହିଛି, ଏତେ ଟଙ୍କା ତାଙ୍କୁ କିଏ ଦେଲା ସେ କେଉଁଠିକୁ ନେଉଥିଲେ ସେ ସଂପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ଏସପି ଶ୍ରୀ ବେହେରା କହିଛନ୍ତି ।  ଅଡିଟଅଫିସର ଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିବା ପରେ ମାଲକାନଗିରି ଜିଲ୍ଲାର କେତକ ଦୁର୍ନିତି ପୁର୍ଣ୍ଣଅଧିକାରୀ ମାନଙ୍କ ମଧ୍ୟରେ ବିରି ମାଡରେ କୋଳଥ ଚୋପା ହେବାପରି ଛନକା ପସିଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.