Home କୋରାପୁଟ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି

ଭାଲୁ ଆକ୍ରମଣରେ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି

596

କୋରାପୁଟ ; ତା୧୦-୦୨-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ସର୍ଜରୀ ଓାର୍ଡରେ ଭର୍ତି ହୋଇଥିବା ଜଣାପଡିଛି।କୋରାପୁଟ ବ୍ଲକ ଅନ୍ତର୍ଗତ ବାସୁପୁଟ ଗ୍ରାମର ଗୁରୁ ଦିଶାନାୟକ(୫୦) ନିଜ ଟମାଟୋ ଜମିରେ ପାଣି ଦେବାକୁ ଆଜି ଅପାରହ୍ନରେ ଯାଇଥିବା ବେଳେ ଏକ ବିରାଟ ଭାଲୁ ଆକ୍ରମଣ କରିଥିଲା ଓ ଆହତ ହୋଇ ଜମିରେ ପଡି ଯାଇଥିଲେ।ନିକଟସ୍ଥ ଧାନ ଜମିରେ କାମ କରୁଥିବା ଲୋକମାନେ ଗ୍ରାମକୁ ଖବର ଦେବା ପରେ ଏକ ଅଟୋରିକ୍ସାରେ କୋରାପୁଟ ଆଣିଥିଲେ।ଏହି ଖବର ପାଇବାପରେ କୋରାପୁଟ ବନାଞଳର ଏସିଏଫ ସୁବାସ ଚନ୍ଦ୍ର ଖୁଟିଂଆଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ହସପିଟାଲ ଆସି ଆହତ ପରିବାରବର୍ଗ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।କୋରାପୁଟ ବନାଞଳ ବିଭାଗ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଶ୍ରୀ ଖୁଟିଂଆ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.