Home ଓଡ଼ିଶା ଭାରସାମ୍ୟ ହରାଇ ଓଲଟିଲା ଟମାଟୋ ବୋଝେଇ ଭ୍ୟାନ୍

ଭାରସାମ୍ୟ ହରାଇ ଓଲଟିଲା ଟମାଟୋ ବୋଝେଇ ଭ୍ୟାନ୍

91

କୋରାପୁଟ ;ତା, ୧୭-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସୋମବାର ଭୋର ସମୟରେ ଏକ ଟମାଟୋ ବୋଝେଇ ଭ୍ୟାନ ସୁନାବେଡା ଥାନା ଡୁମୁରିପୁଟ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ୨୬ ନଂ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ଉଭୟ ପାର୍ଶ୍ଟରେ ଗାଡି ସବୁ ଅଟକି ରହିଥିଲା। ଓଡି-୧୦ଏଚ୍ /୦୫୮୫ ନମ୍ବର ଏକ ପିକ୍ ଅପ୍ ଭ୍ୟାନ ଆନ୍ଧ୍ର ପ୍ରଦେଶରୁ ଟମାଟୋ ନେଇ ଜୟପୁର ଯାଉଥିବାବେଳେ ଡୁମୁରିପୁଟ ନିକଟରେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ଉପରେ ଓଲଟି ପଡିଥିଲା। ରାସ୍ତା ମଝିରେ ଗାଡି ପଡି ରହିବା ଯୋଗୁଁ ଅଳ୍ପ କିଛି ସମୟ ନିମନ୍ତେ ରୋଡ୍ ବ୍ଲକ୍ ହୋଇଥିବାବେଳେ ଡୁମୁରିପୁଟ ଫାଣ୍ଡି ଅଧିକାରୀ ନୃସିଂହ ନାଥ ପାଣିଗ୍ରାହି ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଗାଡିକୁ ରାସ୍ତା ଉପରୁ ହଟାଇବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା। ତେବେ ଦୁର୍ଘଟଣାରେ କୌଣସି ଧନ ଜୀବନ କ୍ଷତି ହୋଇନଥିବାବେଳେ ଉଭୟ ଡ୍ରାଇଭର ଓ କ୍ଲିନର ସୁରକ୍ଷିତ ଥିବା ଜଣା ପଡିଛି। ଫାଣ୍ଡି ଅଧିକାରୀ ଶ୍ରୀ ପାଣିଗ୍ରାହି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.