Home ଓଡ଼ିଶା ଭାରତ ବନ୍ଦ : ଗଞ୍ଜାମ ଜିଲ୍ଲାରେ ସଫଳ ଓ ଶାନ୍ତିପୂର୍ଣ୍ଣ

ଭାରତ ବନ୍ଦ : ଗଞ୍ଜାମ ଜିଲ୍ଲାରେ ସଫଳ ଓ ଶାନ୍ତିପୂର୍ଣ୍ଣ

123

ବ୍ରହ୍ମପୁର : ୧୦/୦୯ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଘଟଣାରେ ଆଜି ବିପକ୍ଷ ଦଳ ଗୁଡିକ ପକ୍ଷରୁ ଭାରତ ବନ୍ଦ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଯାନବାହନ ଚଳାଚଳ, ବ୍ୟାଙ୍କ ସେବା, ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି। କଂଗ୍ରେସ, ବାମପନ୍ଥୀ ଦଳର କର୍ମୀ ଓ ସମର୍ଥକ ମାନେ ରାଲିରେ ପରିକ୍ରମା କରି ବିଭିନ୍ନ ସରକାରୀ କାର୍ଯ୍ୟଳୟ ସମ୍ମୁଖରେ ପିକେଟିଂ କରିଛନ୍ତି। କୌଣସି ଠାରେ ଅପ୍ରୀତିକର ପରିସ୍ଥିତି ଉପୁଜିନାହିଁ। ତେବେ କର୍ମୀମାନେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିବା, ରେଳ ରୋକ କରିବା ଓ ସରକାରୀ କାର୍ଯ୍ୟାଳୟରେ ଧସେଇ ପଶିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା।


ବ୍ରହ୍ମପୁର ପୌର ମହାନଗର ନିଗମ କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ପଶି ଚେୟାର, ଟେବୁଲ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।


ଗଞ୍ଜାମ ଜିଲ୍ଲାରୁ ଆଜି କୌଣସି ସ୍ଥାନକୁ ଯାତ୍ରୀବାହୀ ବସ୍ ଚଳାଚଳ କରିନାହିଁ। ଯାତ୍ରୀମାନେ ରେଳସେବା ଉପରେ ନିର୍ଭର କରି ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗର, ଆସ୍କା, ସମେତ ସହରାଞ୍ଚଳରେ ବନ୍ଦ ର ପ୍ରଭାବ ଅଧିକ ଥିବା ବେଳେ ଜିଲ୍ଲାର ଗ୍ରାମାଞ୍ଚଳରେ ତାହା ବିଶେଷ ଅନୁଭୁତ ହୋଇନାହିଁ।
ଜାତୀୟ ରାଜପଥରେ କାଁ ଭାଁ ମାଲବାହୀ ଗାଡି ଆଜି ପୂର୍ବାହ୍ନରେ ଚଳାଚଳ କରୁଥିଲା। ଅପରାହ୍ନରେ ଗାଡି ଚଳାଚଳ ସଂଖ୍ୟା ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.