Home ଜିଲ୍ଲା ପରିକ୍ରମା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ସାଙ୍ଗଠନିକ ବୈଠକ, ଯୁମମୋର୍ଚ୍ଚା ନଗର କମିଟି ଗଠନ

ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ସାଙ୍ଗଠନିକ ବୈଠକ, ଯୁମମୋର୍ଚ୍ଚା ନଗର କମିଟି ଗଠନ

18

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ତୁଳସୀ ପୂଜନ, ସୁଶାସନ ଦିବସ ତଥା ବାଜପେୟୀ ଜୟନ୍ତୀ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଜିଲା କାର୍ଯ୍ୟାଳୟରେ ଏକ ସାଙ୍ଗଠନିକ ବୈଠକ ଜିଲା ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭଦ୍ରକ ନଗର ଯୁବମୋର୍ଚ୍ଚାର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପାଇଁ ତଥା ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବମୋର୍ଚ୍ଚା ନଗର କମିଟି ଗଠନ କରାଯାଇଛି । ଯୁବମୋର୍ଚ୍ଚାର ଭଦ୍ରକ ନଗର ସଭାପତି ଭାବେ ଜ୍ଞାନେନ୍ଦ୍ର ନାରାୟଣ ବଳ (ମିଲନ)ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ସେହିଭଳି ଉପ-ସଭାପତି ଭାବେ ଅବିନାଶ ପଟ୍ଟନାୟକ ଓ ଗିରିଜା ଶଙ୍କର ପଣ୍ଡା, ସାଧାରଣ ସଂପାଦକ ଭାବେ ଚନ୍ଦନ ଦାସ, ସଂପାଦକ ଭାବେ କାହ୍ନା ଖୁଣ୍ଟିଅ ଓ ହରିହର ଚାନ୍ଦ, କୋଷାଧ୍ୟକ୍ଷ ଆଲୋକ ବେହେରା, ସୋସିଆଲ ମିଡିଓ ଓ ଆଇଟି ଭାବେ ବିଜୟ କୁମାର ଦଳାଇ, ବ୍ଲଡ୍ ଡୋନେସନ୍ – ତୋଫାନ ବାରିକ, ବେଟି ବଚାଓ ବେଟି ପଢାଓ – ସୁଲଗ୍ନା ଶୁଭଦର୍ଶିନୀ ଦାସ, ଖେଲୋ ଇଣ୍ଡିଆ – ଅଭୟାନନ୍ଦ ଦାସ, ସୋସିଆଲ ଅର୍ଗାନାଇଜେସନ୍ – ସତ୍ୟରଂଜନ ବେହେରା, ଆତ୍ମ ନିର୍ଭର- ଅବିନାଶ ଦାସ, କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଦୀପକ କୁମାର ବାରିକ, ସୌମ୍ୟରଂଜନ ବାରିକ, କୃଷ୍ଣଚନ୍ଦ୍ର ସିଂହ, ଅମିତ କୁମାର ମହାନ୍ତି, ବିକାଶ ଜେନା, ଦେବକଲ୍ୟାଣ ସାହୁ, ଶ୍ରୀଲା ଦେବେଶ, ଶ୍ୟାମସୁନ୍ଦର ଲାହା ପ୍ରମୁଖ ମନୋନୀତ ହୋଇଛନ୍ତି ।

ଏହି ସାଙ୍ଗଠନିକ ଆଗାମୀ ଦିନରେ ବିଜେପିକୁ ଆହୁରି ଲୋକାଭିମୁଖୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆହ୍ୱାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ସହାୟକ ହେବ । ନୂତନ ଭାବେ ନିର୍ବାଚିତ ନଗର କମିଟିର ସମସ୍ତ ପଦାଧିକାରୀ, ସଂଯୋଜକ, କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହି ବୈଠକରେ ରାଜ୍ୟ ଭାଜପା ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳ ଓ ଡା. ପ୍ରଦୀପ କୁମାର ନାୟକ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ସୂର୍ଯ୍ୟବଂଶୀ ସୁରଜ, ଉପସଭାପତି ଶ୍ରୀହର୍ଷ ସ୍ୱାଇଁ ଓ ମଣ୍ଟୁ ପରିଜା, ସଂପାଦିକା ତପସ୍ୱିନୀ ମହାପାତ୍ର, ଯୁବମୋର୍ଚ୍ଚା ପ୍ରଭାରୀ ଶରତ ପଢିଆରୀ, ଜଗନ୍ନାଥ ଦାଶ, ଭଗବାନ ପଣ୍ଡାଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.