Home କେନ୍ଦ୍ରାପଡ଼ା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

21

କେନ୍ଦ୍ରାପଡ଼ା ୮ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସରକାରଙ୍କ କୃଷି, କୃଷକ ଓ ଜନବିରୋଧୀ ତଥା କର୍ପୋରେଟ ସପକ୍ଷବାଦୀ ୩ କଳା କୃଷି ଆଇନ ଦେଶର କୃଷକମାନେ ଦୀର୍ଘ ୧୧ମାସ ହେଲା ଦେଶବ୍ୟାପି ଆନ୍ଦୋଳନ ଚଳାଇଥିବା ବେଳେ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏପରିକି ୮ମାସରୁ ଅଧିକକାଳ ହେଲା ଦିଲ୍ଲୀସୀମାରେ ଧାରଣାରତ କୃଷକମାନଙ୍କ ସହ ଆଲୋଚନା କରିବାକୁ ମଧ୍ୟ ଉଚିତ ମନେକରୁନାହାନ୍ତି। କୃଷକମାନଙ୍କ ପ୍ରତି ସରକାରଙ୍କ ଏପରି ନକରାତ୍ମକ ମନୋଭାବ ଥିବା ସମୟରେ ସରକାରଙ୍କ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ତଥା ବିଜେପି ଶାସିତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କୃଷକମାନଙ୍କ ବିରୋଧରେ ବିଭିନ୍ନ ପ୍ରତିଶୋଧାତ୍ମକ ଓ ବିଦ୍ୱେଶ ଉଦ୍ରେକକାରୀ ମନ୍ତବ୍ୟମାନ ଦେଇଚାଲିଛନ୍ତି। ଫଳରେ ଦଳୀୟକର୍ମୀ ଓ ଅଧିକାରୀମାନେ ଉତ୍ସାହିତ ହୋଇ କୃଷକମାନଙ୍କ ବିରୋଧରେ ଥରକୁ ଥର ଆକ୍ରମଣାତ୍ମକ ଘଟଣାମାନ ଘଟାଇ ଚାଲିଛନ୍ତି। ଗତ ୩ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରା ଠାରେ କେନ୍ଦ୍ର ଘରୋଇ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ତାଙ୍କ ସହଯୋଗୀମାନଙ୍କ ସହ ମିଶି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନରତ କୃଷକମାନଙ୍କ ଉପରେ ଗାଡି ଚଢାଇ ଓ ଗୁଳିକରି ୬ଜଣ କୃଷକଙ୍କୁ ହତ୍ୟା କରିଥିବା ବେଳେ ୧୦ଜଣ କୃଷକ ଆହତ ହୋଇଛନ୍ତି। ଏଥିମଧ୍ୟରେ ୫ଦିନ ବିତି ଯାଇଥିଲେ ମଧ୍ୟ ଅପରାଧୀମାନେ ସରକାରୀ ସୁରକ୍ଷା ବଳୟ ମଧ୍ୟରେ ରହିଥିବା କାରଣରୁ ସ୍ପଷ୍ଟ ଦିବାଲୋକରେ ବୁଲୁଥିଲେ ମଧ୍ୟ ଗିରଫ ନହେବା ଦୁର୍ଭାଗ୍ୟଜନକ। ତେଣୁ ସିପିଆଇ ଜାତୀୟ ପରିଷଦର ଦେଶବ୍ୟାପି ପ୍ରତିବାଦ ଆନ୍ଦୋଳନ ଆହ୍ୱାନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ସଂପୃକ୍ତ ଘଟଣାର ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ କରାଯିବା, ତଦନ୍ତ ପ୍ରକ୍ରିୟାକୁ ଚାପମୁକ୍ତ କରିବା ପାଇଁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ କରାଯିବା, କୃଷକ ବିରୋଧୀ ୩କଳା କୃଷି ଆଇନକୁ ବିନା ସର୍ତ୍ତରେ ଅବିଳମ୍ବେ ପ୍ରତ୍ୟାହାର କରାଯିବା, ମନ୍ତ୍ରୀ ଓ ସରକାରୀ ଦଳର ବିଧାୟକ ଏବଂ ସାଂସଦମାନେ ଆନ୍ଦୋଳନକାରୀଙ୍କ ବିରୋଧରେ କୈାଣସି ପ୍ରକାର ଘୃଣା ସୃଷ୍ଟିିକାରୀ ଉତ୍ତେଜନାମୂଳକ ମନ୍ତବ୍ୟ ନଦେବା ପାଇଁ ସରକାରଙ୍କ ଘୋଷଣା ଦାବି କରାଯାଇଛି। ସିପିଆଇର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସହସମ୍ପାଦକ ଆଦିକନ୍ଦ ରାଉଳ, ଏ.ଆଇ.ଟି.ୟୁ.ସି. ସଭାପତି ବାବାଜୀ ଧଳ, ବିକାଶ ଚନ୍ଦ୍ର ବେଉରା, ସୁହାନା ବେଗମ, ନିରଞ୍ଜନ ଦାସ, ଭଜହରି ପ୍ରଧାନ, ପଦ୍ମନାଭ ଦାସ, ସୀତାକାନ୍ତ ନାୟକ, ଚିତ୍ତରଞ୍ଜନ ମହାନ୍ତି, ଅକ୍ଷୟ ମଲ୍ଲିକ ପ୍ରମୁଖ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.