Home ଜିଲ୍ଲା ପରିକ୍ରମା ଭଦ୍ରକ ସରକାରୀ ବାଳିକା ହାଇସ୍କୁଲରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି ପାଳିତ

ଭଦ୍ରକ ସରକାରୀ ବାଳିକା ହାଇସ୍କୁଲରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତି ପାଳିତ

27

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସରକାରୀ ବାଳିକା ହାଇସ୍କୁଲ ପରିସରରେ ବିଶିଷ୍ଟ ଜନନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟଜନ୍ମ ଜୟନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନଲତା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଭୟ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ର୍‌ଜ୍ୱଳନ କରି ମୁଖ୍ୟ ଅତିଥି ଭଦ୍ରକ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକ ଉଭୟ ମହାପୁରୁଷଙ୍କ ବଳିଷ୍ଠ ବଳିଦାନ ଓ ଜୀବନାଦର୍ଶ ଉପରେ ଅଲୋକପାତ କରିବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଭବିଷ୍ୟତ ନାଗରିକ ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କ ବକ୍ତବ୍ୟରେ ନେତାଜୀ ସୁବାଷ ବିଶ୍ୱର ଏକ ବିରଳ ବ୍ୟକ୍ତିତ୍ୱ ବୋଲି ମତ ପ୍ରକାଶ କରବାସହ ବୀର ସୁରେନ୍ଦ୍ର ସାଏଙ୍କ ସ୍ୱାଧିନତା ସଂଗ୍ରାମରେ ଅତୁଳନିୟ ଅବଦାନ ସମ୍ବନ୍ଧରେ ଅଲୋଚନା କରିଥିଲେ। ଶିକ୍ଷକ ବିଜୟ ସାହୁ ଉଭୟ ମହାପୁରୁଷଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷୟିତ୍ରୀ ସବିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ଉପସ୍ଥିତ ଥିଲେ। କୋଭିଡ ନିୟମ ଓ ସାମାଜିକ ଦୂରତା ରକ୍ଷା କରିବା ସହ ସରକାରଙ୍କ ମାନକ ମାର୍ଗଦର୍ଶିକା ଅବଲମ୍ବନ କରି କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.