Home ଜିଲ୍ଲା ପରିକ୍ରମା ଭଦ୍ରକ ମହିଳା ମହାବିଦ୍ୟାଳୟରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

ଭଦ୍ରକ ମହିଳା ମହାବିଦ୍ୟାଳୟରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

22

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ସହ ମହିଳାମାନେ ଆତ୍ମନିର୍ଭରଶୀଳ ନିମିତ୍ତ ଭିନ୍ନଭିନ୍ନ ଦିଗରେ ଦକ୍ଷତା ବିକାଶ ନିହାତି ଜରୁରୀ। ସରକାରୀ ଚାକିରୀ ପଛରେ ନ ଗୋଡ଼ାଇ ନିଜର ଅନ୍ତର୍ନିହିତ ଗୁଣର ବିକାଶ ହେଲେ ଶିକ୍ଷିତା ନାରୀମାନେ ସ୍ୱାବଲମ୍ବୀ ସହ ସ୍ୱାଭିମାନରେ ବଞ୍ଚି ପାରିବେ। ସ୍ୱେଛାସେବୀ ସଂସ୍ଥା “ଦି ହୁମାନ ରାଇଟ୍ସ ଫାଉଣ୍ଡେସନ” ଦ୍ୱାରା ଆୟୋଜିତ ଭଦ୍ରକ ମହିଳା ମହାବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ବକ୍ତାଗଣ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀଙ୍କର ଆଗ୍ରହ ପୂର୍ବକ, ପ୍ରାଧ୍ୟାପିକା ସୁପ୍ରୀତି କରଙ୍କର ସଭାପତିତ୍ୱରେ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସଂରକ୍ଷଣ ତାଲିମ୍ ଶିବିର ଉଦ୍‌ଘାଟିତ ହୋଇଯାଇଛି। ନିମନ୍ତ୍ରିତ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ଼ଃ ରାଧାରାଣୀ ମହାପାତ୍ର ଏବଂ ଆରତୀ ଜେନା ଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଦକ୍ଷତା ବିକାଶ ତାଲିମର ସୁଯୋଗ ନେବା ପାଇଁ ଉତ୍ସାହିତ କରିଥିଲେ। ୬୦ରୁ ଉର୍ଦ୍ଧ୍ୱ ଛାତ୍ରୀ ତାଲିମ ପାଇଁ ରେଜିଷ୍ଟ୍ରେସନ କରିଥିବାରୁ ସଂସ୍ଥାର ମୁଖ୍ୟ ସଂଗ୍ରାମ କେଶରୀ ମହାନ୍ତି ଉପସ୍ଥିତ ଛାତ୍ରୀ, ଅଧ୍ୟାପିକା, କର୍ମଚାରୀ ଏବଂ ତାଲିମଦାତ୍ରୀ ଆରତୀ ବେହେରାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.