Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ଭଦ୍ରକ ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ

59

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ଏବଂ ଭଦ୍ରକାଳୀଙ୍କ ପୂଜ୍ୟକ୍ଷେତ୍ର ଭଦ୍ରକ ଜିଲ୍ଲାର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ମଂଜୁ ଭଉଣୀ, ରାଷ୍ଟ୍ରପତି ତଥା ରାଜ୍ୟପାଳ ସମ୍ମାନପ୍ରାପ୍ତ ସଂସ୍କୃତ ବିଦ୍ୱାନ ପଣ୍ଡିତ ଦୟାନିଧି ଦାଶ, ବିଶିଷ୍ଟ ବାଗ୍ମୀ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଆଜୀବନ ସମର୍ପିତ ବ୍ରହ୍ମାକୁମାର ସୌଭାଗ୍ୟ ଭାଇ ପ୍ରମୁଖ ଗତକାଲି ଅପରାହ୍ନରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତ୍ ଅବସରରେ ବ୍ରହ୍ମାକୁମାରୀଜ୍ ମୂଖ୍ୟାଳୟ ମାଉଣ୍ଟ୍‌ଆବୁର କାର୍ଯ୍ୟନିର୍ବାହୀ ସଚିବ ତଥା ଶିକ୍ଷା ପ୍ରଭାରୀ ରାଜଯୋଗୀ ମୃତ୍ୟୁଞ୍ଜୟ ଭାଇ ଜୀ ଓ ଶିକ୍ଷା ଉପନିର୍ଦ୍ଦେଶିକା ବ୍ରହ୍ମାକୁମାରୀ ଲୀନା ଭଉଣୀ ଉପସ୍ଥିତ ଥିଲେ। ବ୍ରହ୍ମାକୁମାରୀ ଭଦ୍ରକର ମୁଖ୍ୟ ସଂଚାଳିକା ମଂଜୁ ଭଉଣୀ ରାଷ୍ଟ୍ରପତି ମହୋଦୟାଙ୍କୁ ଉପହାର ଉପଢୌକନ ସହ ରାକ୍ଷୀ ବନ୍ଧନ କରି ଶୁଭବାର୍ତ୍ତା ପ୍ରଦାନ କରିଥିଲେ। ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ଠାରେ ଈଶ୍ୱରୀୟ ଜ୍ଞାନ ଯୋଗ ପାଇଁ ନବ ନିର୍ମିତ “ପାବନ ଧାମ”ର ଶୁଭ ଉଦ୍‌ଘାଟନ କରିବା ନିମନ୍ତେ ବ୍ରହ୍ମାକୁମାରୀ ମଂଜୁ ଭଉଣୀଙ୍କ ସମେତ ପଣ୍ଡିତ ଦୟାନିଧି ଦାଶ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବ୍ରହ୍ମାକୁମାର ସୌଭାଗ୍ୟ ସଶ୍ରଦ୍ଧ ଈଶ୍ୱରୀୟ ନିମନ୍ତ୍ରଣ କରିଥିଲେ। ମହାମହିମ ରାଷ୍ଟ୍ରପତି ମହୋଦୟା ଈଶ୍ୱରୀୟ ଜ୍ଞାନ, ଯୋଗ, ସେବା ଧାରଣାରେ ସମସ୍ତେ ସମର୍ପିତ ହୋଇ କାର୍ଯ୍ୟକଲେ ପରମାତ୍ମାଙ୍କ କୃପା ଅବଶ୍ୟ ପ୍ରାପ୍ତ ହେବ ବୋଲି ଶୁଭବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ମଂଜୁ ଭଉଣୀଙ୍କ ଦ୍ୱାରା ପ୍ରଦତ୍ତ ଅତୀତରେ ୨୦୧୭ ମସିହାରେ ଶ୍ରୀମତୀ ମୂର୍ମୁ ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ସମୟରେ ଭଦ୍ରକ ବ୍ରହ୍ମାକୁମାରୀଜ୍‌କୁ ଆସିଥିବାର ସ୍ମୃତି ଉପହାରକୁ ଦେଖ୍ ଖୁସି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.