Home ଜିଲ୍ଲା ପରିକ୍ରମା ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱମଧୁମେହ ଦିବସ ପାଳିତ

ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ପକ୍ଷରୁ ବିଶ୍ୱମଧୁମେହ ଦିବସ ପାଳିତ

12

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ସମଗ୍ର ବିଶ୍ୱ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମଧୁମେହ ରୋଗର ଶୀକାର ହେଉଛନ୍ତି। ଅସୁନ୍ତଳିତ ଖାଦ୍ୟ ପେୟ, ଅନିୟନ୍ତ୍ରିତ ଜୀବନଚର୍ଯ୍ୟା ଓ ଅତ୍ୟଧିକ ଚାପର ବଶବର୍ତ୍ତୀତା ଏହାର ମୁଖ୍ୟ କାରଣ। ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ଆମର ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଜନସଚେତନତା ନିତ୍ୟାନ୍ତ ଆବଶ୍ୟକ ବୋଲି ବିଶ୍ୱମଧୁମେହ ଦିବସ ଓ ଇନସୁଲିନ ଉଦ୍ଭାବନର ୧୦୦ତମ ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ତରଫରୁ ଆୟୋଜିତ ଉତ୍ସବରେ ଯୋଗଦେଇ ଅତିଥି ମାନେ ମତପ୍ରକାଶ କରିଛନ୍ତି। ଭଦ୍ରକ ଶହୀଦ ସ୍ମତି ଭବନ ଠାରେ ଆୟୋଜିତ ଏହି ଉତ୍ସବରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ କୁମାର ମଲ୍ଲିକ, ଧାମନଗରର ବିଧାୟକ ବିଷ୍ଣୁ ଚରଣ ସେଠୀ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଫାଉଣ୍ଡେସନର ଉପସଭାପତି ଡା.ପ୍ରଦୀପ କୁମାର ନାୟକ, ଭଦ୍ରକଜିଲ୍ଲା ଚିକିତ୍ସକ ସଂଘର ସଂପାଦକ ଡା.ହରେକୃଷ୍ଣ ନାୟକ, ଚିକିତ୍ସକ ସଂଘର ସଭାପତି ଡା.ରବୀନ୍ଦ୍ର ନାୟକ, ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ଦାସ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ରୂପକ ବିହାରୀ ରାୟଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଫାଉଣ୍ଡେସନର ପ୍ରତିଷ୍ଠାତା ଡା.ରଣଜିତ ଖୁଣ୍ଟିଆ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ, ସମ୍ପାଦକ ବସୁମିତ୍ରା ସାହୁ ସମ୍ପାଦକୀୟ ବିବରଣୀ ପାଠ ଓ ରଞ୍ଜନ ରାଉତ ଧନ୍ୟବାଦ ଦେଇଥିଲେ। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମରେ ସକାଳୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୋଗଗୁରୁ କେଦାରନାଥ ଗୁପ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ଯୋଗଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଭଦ୍ରକ ଟ୍ରେଜରୀ ଅଫିସ ଠାରୁ ବାହାରି ସହର ପରିକ୍ରମା କରିଥିଲା। ପରେ ଡାକ୍ତର ରଞ୍ଜିତ ଡାଇବେଟିକ ସ୍ପେଶିଆଲିଟି କ୍ଲିନିକ ଠାରେ ମାଗଣା ମଧୁମେହ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଦୟାନିଧି ପଣ୍ଡା, ପ୍ରକାଶ ନାୟକ, ପଙ୍କଜ ନାୟକ, ବିଷ୍ଣୁ ମୋହନ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସଦସ୍ୟ ସମୀର କାନ୍ତ ଦାସଙ୍କ ତତ୍ତ୍ୱାବଧାନରେ ଏକ ଜନସଚେତନତା କାର୍ଯ୍ୟକ୍ରମ ସ୍ୱରୂପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନୀଳରଙ୍ଗର ଆଲୋକରେ ଅତି ସୁସଜ୍ଜିତ ଭାବେ ସଜାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.