Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଗାୟତ୍ରୀ ଶକ୍ତିପୀଠରେ ବୃକ୍ଷଗଙ୍ଗା ଅଭିଯାନ

ଭଦ୍ରକ ଜିଲ୍ଲା ଗାୟତ୍ରୀ ଶକ୍ତିପୀଠରେ ବୃକ୍ଷଗଙ୍ଗା ଅଭିଯାନ

25

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗାୟତ୍ରୀ ଶକ୍ତି ପୀଠ, ଶାନ୍ତି ଧାମ, ଜଳଙ୍ଗାଠାରେ ବୃକ୍ଷ ଗଙ୍ଗା ଅଭିଯାନ ମହାସମାରୋହରେ ସମ୍ପନ୍ନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଗଙ୍ଗା ଦଶହରା ଓ ଗାୟତ୍ରୀ ଜୟନ୍ତି ଅବସରରେ ମା’ ଗାୟତ୍ରୀଙ୍କ ପୂଜାର୍ଚ୍ଚନା ସହ ସହସ୍ରାଧିକ ଚାରା ରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ବୃକ୍ଷ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ, ପରିବେଶକୁ ଶୁଦ୍ଧ ବାୟୁ ପ୍ରଦାନ, ବୃକ୍ଷ ଆମକୁ ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ ଯୋଗାଇଥାଏ ବୋଲି ପ୍ରବକ୍ତା ମାନେ ମତ ପୋଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାର ଗାୟତ୍ରୀ ପରିବାରର ସଂଯୋଜକ ପ୍ରଦୀପ ନାୟକ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଜିଲ୍ଲା ଶକ୍ତିପୀଠର ବ୍ୟବସ୍ଥାପକ ପ୍ରକାଶ ରଞ୍ଜନ ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏତଦ୍ ବ୍ୟତିତ ସମ୍ମାନିୟ ଅତିଥି ରୂପେ ଗେଲଟୁଆ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ସରୋଜ କୁମାର ଦାସ ଓ ସେହି ଗ୍ରା.ପର ସମିତି ସଭ୍ୟ ମନୋଜ କୁମାର ବାରିକ ଯୋଗଦାନ କରିଥିଲେ। ବୃକ୍ଷବିନା ସୃଷ୍ଟି ଅସମ୍ଭବ ଉକ୍ତ ବିଷୟ ଉପରେ ଗାୟତ୍ରୀ ପରିବାରର ପରିଜନ କେଦାରନାଥ ମହାପାତ୍ର ଓ ଆଲୋକ ରଞ୍ଜନ ମୂଖାର୍ଜୀ ବିଷଦ ଭାବରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୭ଟି ବ୍ଲକର ପ୍ରଜ୍ଞାପରିଜନମାନେ ସଫଳ ରୂପାୟନ କରିଥିଲେ। କାର୍ଯ୍ୟକ୍ରମରେ ଗଛକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବା ପରେ ସମ୍ମାନିତ ଅତିଥି ଓ ପରିଜନ ମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇ ଥିଲା। ଜଳଙ୍ଗା ଅଞ୍ଚଳରେ ଏହି ସଚେତନତା ଶୋଭାଯାତ୍ରା ଏକ ଆଲୋଡନ ସୃଷ୍ଟି କରିଥିଲା। ପରିଶେଷରେ ଶିକ୍ଷାବିତ ଆନନ୍ଦ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.