Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ୨୪ ତମ ଜିଲା ଶାଖା ବାର୍ଷିକ ଉତ୍ସବ

ଭଦ୍ରକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ୨୪ ତମ ଜିଲା ଶାଖା ବାର୍ଷିକ ଉତ୍ସବ

5

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଂଘ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ସଂସ୍କୃତିଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । । ଜିଲ୍ଲା ସଭାପତି ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା । ଉଦ୍‌ଘାଟକ ଭାବେ ସାଂସଦ ମଂଜୁଲତା ମଣ୍ଡଳ, ମୁଖ୍ୟ ଅତିଥି ଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ରାଜ୍ୟ ସଭାପତି ବିଭୁତି ଭୁଷଣ କର , ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ,ରୋଟାରିଆନ କୂଲଦୀପ ରଥ, ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ,ସଂଗଠନ ସଂପାଦକ ଅପୂର୍ବରଂଜନ ବେହେରା,ଜିଲ୍ଲା ସଂପାଦକ ଆଶିଷ ଅମିତାଭ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ । ବରିଷ୍ଠ ସାମ୍ବାଦିକଙ୍କୁ ପେନ୍‌ସନ, ସ୍ୱାସ୍ଥ୍ୟ ବୀମା ଯୋଜନାରେ ପିତା ମାତା ଓ ୨୫ରୁ ଉର୍ଦ୍ଧ୍ୱ ଅବିବାହିତ ପୁଅ ଝିଅଙ୍କୁ ସାମିଲ କରିବା ସହିତ ସଂଘରେ ସଦସ୍ୟ ସଂଖ୍ୟା ବୃଦ୍ଧି, ସାମ୍ବାଦିକ ସୁରକ୍ଷା ଆଇନ, ରାଜ୍ୟ ସରକାର ପ୍ରଦାନ କରୁଥିବା ବୀମା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିସହିତ ଜିଲ୍ଲା ସଭାପତି ଖବରଦାତାମାନଙ୍କ ପାଇଁ ଏକ ସାମ୍ବାଦିକ ଭବନ ନିର୍ମାଣ କରିବା ପାଇଁ ବିଧାୟକଙ୍କ ନିକଟରେ ଦାବୀ ରଖିଥିଲେ ।ଖବରଦାତା ସୁଧାକର ଦାଶ ଅତିଥି ପରିଚୟ ପ୍ରଦାନ,ଦୀପ୍ତୀରଂଜନ ନାୟକ ସ୍ୱାଗତ,ନୀରଦ ଦାସ ଓ ଶ୍ୟାମସୁନ୍ଦର ମହାପାତ୍ର ସାମ୍ବାଦିକ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ସାମ୍ବାଦିକ ମନୋରଂଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ କାର୍ଯ୍ୟକାରୀ ସଭାପତି ଚାରୁଦତ୍ତ ନାୟକ,ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ,ଆବାହକ ଅବିନାଶ ପଣ୍ଡା,ଶୁଭଦୀପ ମଲ୍ଲିକ,ରାମନାରାୟଣ ମହାନ୍ତି,ରମେଶ ଚନ୍ଦ୍ର ପାଗଳ,ସନ୍ତୋଷ ଦାସ,ସୁଶାନ୍ତ ରାଉତ,ଜାଫର ଅଲ୍ଲୀ,ପାର୍ଥସାରଥିô ନାୟକ,ଅଜୟ ପଣ୍ଡା,ରାଜେନ୍ଦ୍ର ଶତପଥି,ମନୋରଂଜନ ମହାନ୍ତି,ମୃତ୍ୟୁଜଂୟ ସେନାପତି,ରାଜୁ ଜେନା,କାଳିପଦ ରାୟ,ସୁଜୟ ପାକଳ,ରାଜେଶ ଦାସ, ସଂଜୀବ ନାୟକ,ଅମର ନାୟକ,ପିତାମ୍ବର ଦାସ,ମୁକ୍ତିକାନ୍ତ ନାୟକ,ସୌଜନ୍ୟ ପାଣିଗ୍ରାହୀ ପ୍ରମୁଖ ଖବରଦାତାମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.