Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ

42

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ଼ ଗାଇଡ଼୍ ଲାଇନ୍ ଅନୁସରଣ ପୂର୍ବକ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସଂଘର ସମାବେଶ କେନ୍ଦ୍ର ନିତ୍ୟାନନ୍ଦ ଭବନ କୁଆଁସ ଠାରେ ସଭାପତି ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ତଥା ଉଦ୍‌ଘାଟକ ଭାବେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ଉତ୍ସବ ଉଦ୍‌ଘାଟନ ଓ ମୁଖପତ୍ର ‘ଉତ୍ତରଣ’ ଉନ୍ମୋଚନ କରି ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଆଧ୍ୟାତ୍ମିକ ଚିନ୍ତନ ଓ ବୟସ୍କଙ୍କ ପାଇଁ ଉପାଦେୟ ବିଷୟରେ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁଗ୍ମ ସଂପାଦକ ଅଜିତ୍ କୁମାର ନାୟକ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନ ସହ ସଂଘ ଦ୍ୱାରା ସଂପାଦିତ କାର୍ଯ୍ୟକ୍ରମ ଓ ଦାବୀ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ପଦ୍ମନାଭ ପାଢ଼ୀ, ଉଦୟନାଥ ମହାନ୍ତି ମଞ୍ଚ ପରିଚାଳନା ଓ ସଂଯୋଜନା କାର୍ଯ୍ୟ ସଂପାଦନ କରିଥିଲେ । ଡ଼ଃ ଗୋଲକ ବିହାରୀ ସାହୁ ମୁଖପତ୍ର ‘ଉତ୍ତରଣ’ର ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ଅଶିବର୍ଷୀୟ ୧୪ ଜଣ ଆଜୀବନ ସଦସ୍ୟ / ସଦସ୍ୟାଙ୍କ ସମ୍ବର୍ଦ୍ଧନା କାର୍ଯ୍ୟ ପରିଚାଳନା କରିଥିଲେ ହରମୋହନ କୁଅଁର, ଶାନ୍ତନୁ କୁମାର ରାଉତ ।

ଦେବେନ୍ଦ୍ର କୁମାର ସ୍ୱାଇଁ , ନରେନ୍ଦ୍ର ନାଥ ଦାସ, କିଶୋର ଚନ୍ଦ୍ର ନାୟକ, ଇଂ ଇନ୍ଦକ୍ରମଣି ନନ୍ଦ, ଯୁଧିଷ୍ଠିର ନନ୍ଦ, ରାଧାରମଣ ମହାନ୍ତି, କାଶୀନାଥ ଦାସ, ରମେଶ ଚନ୍ଦ୍ର ପତ୍ରୀ, କାଳିନ୍ଦୀ ଚରଣ ପଣ୍ଡା, ବ୍ରହ୍ମନାରାୟଣ ଦାସ, ଲକ୍ଷ୍ମଣ ସିଂ, ଭାବଗ୍ରାହୀ ମିଶ୍ର ସଦସ୍ୟା ବୀଣାପାଣି ପଣ୍ଡା, ମାଳତୀ ମହାପାତ୍ରଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ସମ୍ପର୍କୀୟ ମାନପତ୍ର ପାଠ କରାଯାଇଥିଲା । ଗୟାଧର ପଲାଇ, କୃପାସିନ୍ଧୁ ବାରିକ, ମୁରଲୀଧର ପଣ୍ଡା ସ୍ମୃତି ପୁରସ୍କାର ଓ କାଶୀନାଥ ସାହୁଙ୍କ ଛାତ୍ରଛାତ୍ରୀ ପ୍ରତିଭା ସମ୍ମାନରେ ୧୯ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର, ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଲକ୍ଷ୍ମଣ କୁମାର ମହାନ୍ତି, ବାଦଲ କିଶୋର ମହାପାତ୍ର, ଡ଼. କ୍ଷୀରୋଦ କୁମାର ସାମଲ, ମୁଖପତ୍ର ଉତ୍ତରଣ ଉନ୍ମୋଚନରେ କୈଳାଶ ଚନ୍ଦ୍‌୍ର ପଣ୍ଡା, ଇଂ. ବିମ୍ବାଧର ବ୍ରହ୍ମ, ପଦ୍ମନ କୁମା ରାୟ, ଇଂ ସୁବାସ ଚନ୍ଦ୍ର ସାହୁ, ଡ଼ଃ ଭାଗବତ ତ୍ରିପାଠୀ, ଡଃ ରାମଚନ୍ଦ୍ର ପଣ୍ଡା, ଡ଼. ରାଧାରାଣୀ ମହାପାତ୍ର, କାଶୀନାଥ ସାହୁ, ନାରାୟଣ ଚନ୍ଦ୍ର ପଣ୍ଡା, ରବିନ୍ଦ୍ର ମହାନ୍ତି ସହଯୋଗ ପ୍ରଦାନ କରିଥିଲେ । ପ୍ରତାପ ଚନ୍ଦ୍ର ଦଳାଇ, ବିନୟ କୁମାର ପଣ୍ଡା, ପ୍ରଫୁଲ୍ଲ କୁମାର ମଲ୍ଲିକ, ଉପେନ୍ଦ୍ର ନାଥ ରାଉତ, ବୀର ନାରାୟଣ ଦାସ, ହରେକୃଷ୍ଣ ସାହୁ, ପ୍ରଶାନ୍ତ କୁମାର ଦେ, ହରେକୃଷ୍ଣ ତ୍ରିପାଠୀ, ନିରଞ୍ଜନ ବିଶ୍ୱାଳ, ଅରବିନ୍ଦ ବସନ୍ତରାୟ, ଚନ୍ଦ୍ରମୋହନ ମହାନ୍ତି, ମୁକ୍ତିକାନ୍ତ ମହାପାତ୍ର, ଦୁଃଶାସନ ମହାନ୍ତି, କେଦାର ଭଟ୍ଟାଚାର୍ଯ୍ୟ, ବସନ୍ତ କୁମାର ଦେ ପଞ୍ଜିକରଣ କାର୍ଯ୍ୟ ସଂପାଦନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ । ଯୁଗ୍ମ ସଂପାଦକ ଶ୍ରୀ କରୁଣାକର ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.