Home ଜିଲ୍ଲା ପରିକ୍ରମା ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଇଂ ବିଜୟ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଇଂ ବିଜୟ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

15

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଦୀର୍ଘଦିନ ଧରି ନିର୍ବାହୀ ଯନ୍ତ୍ରୀ ଭାବେ ଅନେକ କାର୍ଯ୍ୟ କରି ଲୋକଙ୍କ ପ୍ରିୟ ଭାଜନ ହୋଇଥିବା ଇଂ ବିଜୟ ଦାସଙ୍କ ଗତ ୨୨ ତାରିଖରେ ଦେହାନ୍ତ ହୋଇଯାଇଛି । ତାଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ପଦୋନ୍ନତି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗର ବାରିପଦା ଡିଭିଜନରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ସେ ହଠାତ୍ କରୋନାରେ ପୀଡିତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ । ଅଚାନକ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଚେନ୍ନାଇକୁ ଏୟାରଲିଫ୍ଟ କରାଯାଇଥିଲା । ହେଲେ ଶେଷରେ ତାଙ୍କର ପ୍ରାଣବାୟୁ ଉଡିଯାଇଛି । ଆଜି ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଦ୍ରକ ଆରଡି ବିଭାଗ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଅଧିକାରୀ, କର୍ମଚାରୀ ଓ ଠିକାଦାରମାନେ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.