Home ଜିଲ୍ଲା ପରିକ୍ରମା ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଓ ଦ୍ୱାଦଶ ଶ୍ରେଣୀ ଫଳ ପ୍ରକାଶ

ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟର ୧୦ମ ଓ ଦ୍ୱାଦଶ ଶ୍ରେଣୀ ଫଳ ପ୍ରକାଶ

176

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ୧୦ମ ଶ୍ରେଣୀ ଫଳ ପ୍ରକାଶ ପାଇବା ସହ ଦୁଇଦିନ ପୂର୍ବେ ଦ୍ୱାଦଶ ଶ୍ରେଣୀର ଫଳ ପ୍ରକାଶ ପାଇଛି । ଇତିମଧ୍ୟରେ ଭଦ୍ରକ କେନ୍ଦ୍ରୀୟ ବିଦ୍ୟାଳୟରୁ ପ୍ରତିବର୍ଷ ଭଳି ଚଳିତବର୍ଷ ୧୦ମ ଶ୍ରେଣୀରେ ୫୭ ଜଣ ପରୀକ୍ଷାର୍ଥୀ ଥିବାବେଳେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ୨୫ ଜଣ ଓ ବାଣିଜ୍ୟରେ ୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାର୍ଥୀ ଥିଲେ । ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ମାଷ୍ଟର ଅନିକେତ ତ୍ରିପାଠୀ ୩ଟି ବିଷୟରେ ଶତ ପ୍ରତିଶତ ନମ୍ବର ରଖି ହାରାହାରି ୯୯ ପ୍ରତିଶତ ନମ୍ବର ହାସଲ କରି ଭଦ୍ରକ ଜିଲା ତଥା ଆଞ୍ଚଳିକ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ଶାଖା ପାଇଁ ଗୌରବାର୍ଜ୍ଜନ କରିଛନ୍ତି । ୨୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ଛାତ୍ର ମାଷ୍ଟର ଅନୁରାଗ ପ୍ରସାଦ ସର୍ବୋଚ୍ଚ ୯୫.୨ ପ୍ରତିଶତ ନମ୍ବର ରଖିଥିବାବେଳେ ୧୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖି କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଦ୍ୱାଦଶ ଶ୍ରେଣୀ ବାଣିଜ୍ୟରେ ଛାତ୍ରୀ ଖୁସି ଅଗ୍ରୱାଲ ସର୍ବୋଚ୍ଚ ୯୫.୪ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା କେବଳ ନିଷ୍ଠାବାନ ଛାତ୍ରଛାତ୍ରୀମାନଙ୍କ ଶ୍ରଦ୍ଧାପୂର୍ଣ୍ଣ ଶିକ୍ଷା ଗ୍ରହଣ, ଅଭିଭାବକ ଓ ଅଭିଭାବିକାମାନଙ୍କର ଶିକ୍ଷାନୁଷ୍ଠାନ ପ୍ରତି ସ୍ନେହ, ଶ୍ରଦ୍ଧା, ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ଗଭୀର ପରିଶ୍ରମ, ପ୍ରାଚାର୍ଯ୍ୟ ସୁଜାତା ମିଶ୍ରଙ୍କ ଦକ୍ଷ ଓ ସକ୍ରୀୟ ପରିଚାଳନା ଏବଂ ସର୍ବପରି ବିଦ୍ୟାଳୟ ପରିଚାଳନା କମିଟିର ପ୍ରତ୍ୟେକ ତତ୍ତ୍ୱାବଧାନ ଯୋଗୁଁ ହିଁ ସମ୍ଭବ ହୋଇପାରିଛି ବୋଲି ପ୍ରାଚାର୍ଯ୍ୟା ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.